ନୂଆଦିଲ୍ଲୀ :ପାକିସ୍ତାନ ସେନାର ହୋସ୍ ଉଡ଼ାଇ ଦେଇଛନ୍ତି ବଲୁଚ୍ ବିଦ୍ରୋହୀ । ଜାଫର୍ ଏକ୍ସପ୍ରେସ ହାଇଜାକ୍ କରି ସରିଫ ବ୍ରଦର୍ସଙ୍କ ସରକାରକୁ ଦୋହଲାଇ ଦେଇଛି ବଲୁଚି ଲିବରେସନ ଆର୍ମି ବା BLA । ମଙ୍ଗଳବାର ୪୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସ୍କୁ ଅଧା ରାସ୍ତାରୁ ଅପହରଣ କରି ପାକିସ୍ତାନ ସରକାରକୁ ଖୋଲା ଚ୍ୟାଲଞ୍ଜ କରିଛନ୍ତି ଆତଙ୍କବାଦୀ । ଏବେ ଟ୍ରେନ ଭିତରେ ଶତାଧିକ ଯାତ୍ରୀ ପଣବନ୍ଦୀ ଅଛନ୍ତି । ସେନାର ଯବାନ ଓ ଆଇଏସ୍ଆଇ ଅଧିକାରୀଙ୍କୁ ଅପହରଣ କରି ହଇଚଇ ସୃଷ୍ଟି କରିଛି ବିଏଲ୍ଏ…
କ୍ବେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ୍କୁ ବୋଲନ୍ରେ ବଲୁଚ୍ ଲିବରେସନ୍ ଆର୍ମି ବିଦ୍ରୋହୀ ହାଇଜାକ୍ କଲେ, ବଲୁଚ୍ ଫାଇଟର୍ସ ଜାଫର ଏକ୍ସପ୍ରେସର ଚକକୁ ସୁ଼ଡ଼ଙ୍ଗର ଅନ୍ଧାର ଭିତରେ ଏମିତି ଜାମ୍ କରି ଦେଇଛନ୍ତି । ଯେଉଁଠି ପାଦ ରଖିବା ପାକିସ୍ତାନୀ ସେନା ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେବ ।ବୋଲନ୍ରେ ସୁଡ଼ଙ୍ଗ ନଂ-୮ରେ ବିଏଲ୍ଏ ବିଦ୍ରୋହୀ ଟ୍ରେନ୍କୁ ଅଟକାଇ ରଖିଛନ୍ତି । ଯେଉଁ ଅଞ୍ଚଳରେ ଟ୍ରେନକୁ ଅଟକ ରଖାଯାଇଛି ତାହା ଅତ୍ୟନ୍ତ ଦୁର୍ଗମ । ହାଇଜାକ୍ ପୂର୍ବରୁ ବିଦ୍ରୋହୀମାନେ ପ୍ରଥମେ ସୁଡ଼ଙ୍ଗରେ ବିସ୍ଫୋରଣ କରିଥିଲେ…ଏହାପରେ ଟ୍ରେନ୍ ଉପରେ ଆଖିବୁଜା ଗୁଳିବର୍ଷା କରି ନିଜ କବଜାକୁ ନଇଯାଇଥିଲେ
ପାକ୍ ସରକାରଙ୍କୁ ବଲୁଚି ବିଦ୍ରୋହୀ ଅଲଟିମେଟମ୍ ଦେଇଛନ୍ତି । ରାଜନୈତିକ ବନ୍ଦୀଙ୍କ ତୁରନ୍ତ ମୁକ୍ତି କର ନଚେତ୍ ପ୍ରତି ଘଣ୍ଟାର ୧୦ ଜଣଙ୍କୁ ହତ୍ୟା କରିବୁ ବୋଲି ସେମାନେ କହିଛନ୍ତି । କେବଳ ଏତିକି ନୁହେଁ, ସ୍ବାଧୀନ ବଲୁଚିସ୍ତାନ ପାଇଁ ମଧ୍ୟ ବିଛିନ୍ନତାବାଦୀ ଦାବି କରିଛନ୍ତି । କୁହା ଯାଉଛି ଆତଙ୍କବାଦୀମାନେ ମହିଳା ଓ ଶିଶୁଙ୍କୁ ଢାଲ କରିଛନ୍ତି . ଯାତ୍ରୀଙ୍କ ଭିତରେ ବୋମା ସହ ପ୍ରସ୍ତୁତ ରହିଛନ୍ତି ଆତ୍ମଘାତୀ ଆତଙ୍କୀ । ଯଦି ଦାବି ପୂରଣ ନହୁଏ, କିମ୍ବା ପାକ ସେନା ସେମାନଙ୍କ ବିରୋଧରେ ଅପରେସନ ବନ୍ଦ ନକରେ ତେବେ ପୂରା ଟ୍ରେନକୁ ଉଡାଇ ଦେବାକୁ ସେମାନେ ଧମକ ଦେଇଛନ୍ତି । ଅନ୍ୟପଟେ ଧାଦର ଅଞ୍ଚଳରେ କୋବ୍ରା ହେଲିକପ୍ଟର ଓ ଫାଇଟର ଜେଟ ମୁତୟନ କରାଯାଇଛି । ବିଦ୍ରୋହୀଙ୍କୁ ମାରି ବନ୍ଦୀଙ୍କୁ ମୁକୁଳାଉଛି ପାକିସ୍ତାନ ସେନା । ତେବେ ପାକିସ୍ତାନ ସେନାର ଅପରେସନ୍ ଆରମ୍ଭ ହେବା ପରେ ଛୋଟ ଛୋଟ ଦଳରେ ଭାଗ ହୋଇଛନ୍ତି ବିଏଲ୍ଏ ବିଦ୍ରୋହୀ ।
ଅନ୍ୟପଟେ ସାରା ବିଶ୍ବକୁ ସ୍ତବ୍ଧ କରି ଦଇଛି ପାକିସ୍ତାନରେ ଏହି ଟ୍ରେନ୍ ହାଇଜାକ୍ ଘଟଣା । ଜାତିସଂଘ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ମାନବୀୟ ଦୃଷ୍ଟି କୋଣରୁ ପଣବନ୍ଦୀଙ୍କୁ ଛାଡ଼ିବା ପାଇଁ କହିଛି । ପାକିସ୍ତାନ ମାନବାଧିକାର କମିଶନ ମଧ୍ୟ ବନ୍ଧକଙ୍କୁ ଛାଡ଼ିବା ପାଇଁ ଚାପ ପକାଉଛି
Comments are closed.