Latest Odisha News

BREAKING NEWS

ବେଜିଂରେ ଆୟୋଜିତ ହେବ ୨୦୨୭ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ

ବେଜିଂ: ଚୀନର ବେଜିଂରେ ୨୦୨୭ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେବ । ୱାର୍ଲ୍ଡ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନଶିପ ଆୟୋଜିତ ହେବା ପୂର୍ବରୁ ଗ୍ଲାସଗୋରେ ୨୩୪ତମ ବିଶ୍ୱ ଆଥଲେଟିକ୍ସ ପରିଷଦ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇଥିଲା । ରୋମ ପ୍ରତିଯୋଗିତା ଆୟୋଜନ ଦୌଡରୁ ଓହରିଯିବା ଫଳରେ ଚୀନକୁ ଫାଇଦା ହୋଇଥିଲା । ଇଟାଲୀ ସରକାର ଏହାକୁ ଆୟୋଜନ କରିବା ପାଇଁ ଫଣ୍ଡର ଅଭାବ ରହିଥିବା ଦର୍ଶାଇଥିଲେ । ଚୀନ ଦ୍ୱିତୀୟ ଥର ପାଇଁ ଏହି ଚାମ୍ପିୟନଶିପ ଆୟୋଜିତ କରିବାକୁ ଯାଉଛି । ୨୦୧୫ରେ ଏଠାରେ ଏହା ସଫଳତାପୂର୍ବକ ଆୟୋଜିତ ହୋଇଥିଲା ।

ଗତ ବର୍ଷ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଭାରତରେ ଏହାକୁ ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ୧୯୭୬ରୁ ଆରମ୍ଭ ହୋଇଛି । ୧୯୯୧ ପର୍ଯ୍ୟନ୍ତ ଏହା ପ୍ରତ୍ୟେକ ଚାରି ବର୍ଷରେ ଥରେ ଆୟୋଜିତ ହେଉଥିଲା । ୧୯୯୧ ପରଠାରୁ ଏହା ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହେଉଛି । ୨୦୨୫ ସଂସ୍କରଣ ଟୋକିଓରେ ଆୟୋଜିତ ହେବ ।

Leave A Reply

Your email address will not be published.