Latest Odisha News

୧୩ ବର୍ଷ ପରେ ରଣଜୀ ଫାଇନାଲରେ ବେଙ୍ଗଲ

କୋଲକାତା: ପେସ୍ ବୋଲର ମୁକେଶ କୁମାରଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବଳରେ ବେଙ୍ଗଲ ଟିମ୍ ୧୩ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି । ରଣଜୀ ଟ୍ରଫି ସେମିଫାଇନାଲରରେ କର୍ଣ୍ଣାଟକାକୁ ୧୭୪ ରନରେ ପରାସ୍ତ କରିଥିଲା। ବେଙ୍ଗଲ ଦ୍ୱାରା ଧାର୍ୟ୍ୟ ୩୫୨ ରନର ଲକ୍ଷ୍ୟର ପିଛା କରୁଥିବା କର୍ଣ୍ଣାଟକା ଦ୍ୱିତୀୟ ଇନିଂସରେ ୧୭୭ ରନରେ ଅଲଆଉଟ ହୋଇ ଯାଇଥିଲା ।  ବେଙ୍ଗଲ ପକ୍ଷରୁ ମୁକେଶ  ୬ ୱିକେଟ୍ ନେଇଛନ୍ତି।

BjdElectrycity

ବେଙ୍ଗଲ ଶେଷଥର ପାଇଁ ୧୯୮୯-୯୦ରେ ସୌରଭ ଗାଙ୍ଗୁଲିଙ୍କ ପଦାର୍ପଣ ସିଜନରେ ହିଁ ରଣଜୀ ଟାଇଟଲ୍ ଜିତିଥିଲା। ଏହାଛଡ଼ା ଶେଷଥର ପାଇଁ ୨୦୦୭ ସଂସ୍କରଣରେ ବେଙ୍ଗଲ ଫାଇନାଲରେ ସ୍ଥାନ ହାସଲ କରିଥିଲା, କିନ୍ତୁ ଟାଇଟଲ୍ ମୁକାବିଲାରେ ଦଳ ମୁମ୍ବାଇଠାରୁ ୧୩୨ ରନରେ ହାରିଯାଇଥିଲା।

Leave A Reply

Your email address will not be published.