Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶା ନିରାଶ, ସେମିଫାଇନାଲରେ ବେଙ୍ଗଲ

କଟକ: ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶାକୁ ପଛରେ ପକାଇ ବେଙ୍ଗଲ ସେମିଫାଇନାଲରେ ପ୍ରବେଶ କରିଛି । ଅନ୍ତିମ ଦିବସରେ ଓଡିଶା ସମ୍ମୁଖରେ ୪୫୬ ରନର ବିଶାଳ ଲକ୍ଷ୍ୟ ରଖିଥିଲା ବେଙ୍ଗଲ । ଖରାପ ପାଗ ଯୋଗୁ ସମସ୍ତ ଓଭର ଖେଳାଯିବା ସମ୍ଭବପର ହୋଇ ନ ଥିଲା । କୌଣସି ଉଇକେଟ ନ ହରାଇ ଓଡିଶା ୩୯ ରନ କରିଥିବା ବେଳେ ଅମ୍ପାୟର ମ୍ୟାଚକୁ ବନ୍ଦ କରିଥିଲେ ।

ଅନୁରାଗ ଷଡଙ୍ଗୀ ୨୪ ଓ ଶାନ୍ତନୁ ମିଶ୍ର ୧୪ ରନ କରି ଅପରାଜିତ ରହିଥିଲେ । ମ୍ୟାଚ ଡ୍ର ରହିଥିଲେ ମଧ୍ୟ ବେଙ୍ଗଲ ପ୍ରଥମ ଇନିଂସରେ ଭଲ ଖେଳିଥିବାରୁ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା । ପୂର୍ବରୁ ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ୩୩୨ ରନ ଜବାବରେ ଓଡିଶା ୨୫୦ ରନ କରିଥିଲା । ଦ୍ୱିତୀୟ ଇନିଂସରେ ବେଙ୍ଗଲ ୩୭୩ ରନ କରି ଅଲଆଉଟ ହୋଇଥିଲା ।

Leave A Reply

Your email address will not be published.