Latest Odisha News

BREAKING NEWS

ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କୁ କର୍ଣ୍ଣାଟକ ପୋଲିସର ସମନ

ନୂଆଦିଲ୍ଲୀ: ବିବାଦୀୟ ପୋଷ୍ଟକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମନ । ତାଙ୍କ ସହ ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟଙ୍କୁ ମଧ୍ୟ କର୍ଣ୍ଣାଟକ ପୋଲିସ ସମନ କରିଛି । ଏକ ସପ୍ତାହ ମଧ୍ୟରେ ବେଙ୍ଗାଲୁରୁ ପୋଲିସ ନିକଟରେ ହାଜର ହେବାକୁ ସମନ ରେ ସମୟ ଦିଆଯାଇଛି ।

ସୂଚନାଯୋଗ୍ୟ, ମୁସଲିମ ସଂରକ୍ଷଣ ପ୍ରସଙ୍ଗରେ ଏକ ଆନିମେଟେଡ୍ ଭିଡିଓ କର୍ଣ୍ଣାଟକ ବିଜେପି ଦ୍ୱାରା ‘ଏକ୍ସ’ ରେ ପୋଷ୍ଟ କରାଯାଇଥିଲା । ଯେଉଁଥିରେ ଦାବି କରାଯାଇଥିଲା ଯେ, ସଂରକ୍ଷଣ ଏବଂ ପାଣ୍ଠି ଆବଣ୍ଟନରେ ପଛୁଆ ଶ୍ରେଣୀ ବଦଳରେ କଂଗ୍ରେସ ମୁସଲମାନମାନଙ୍କୁ ସମର୍ଥନ କରୁଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ରାହୁଲ ଗାନ୍ଧିଙ୍କୁ ଏହି ଭିଡିଓରେ ଭୁଲ୍‌ ରୂପେ ଉପସ୍ଥାପିତ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏ ସମ୍ପର୍କରେ କର୍ଣ୍ଣାଟକ କଂଗ୍ରେସ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲା ।

କଂଗ୍ରେସ ଦଳର ଅଭିଯୋଗ ପରେ ନିର୍ବାଚନ ଆୟୋଗ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ବିଜେପିର କର୍ଣ୍ଣାଟକ ୟୁନିଟ୍ ଦ୍ୱାରା ଅଂଶୀଦାର ହୋଇଥିବା’ ଆନିମେଟେଡ୍ ‘ଭିଡିଓକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ‘ଏକ୍ସ’ର ନୋଡାଲ ଅଧିକାରୀଙ୍କୁ ଲେଖିଥିବା ଚିଠିରେ ଭିଡିଓ ହଟାଇବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଦିଆଯାଇଥିବା ନିର୍ଦ୍ଦେଶ ପାଳନ ନକରିବାରୁ କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆୟୋଗ ଆପତ୍ତି କରିଛନ୍ତି ।

ଭାରତୀୟ ଜନତା ପାର୍ଟି (କର୍ଣ୍ଣାଟକ ୟୁନିଟ୍) ର ସୋସିଆଲ ମିଡିଆ ପୃଷ୍ଠାରେ ସେୟାର କରିଥିବା ‘ଆନିମେଟେଡ୍’ ଭିଡିଓ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଆୟୋଗ କହିଛନ୍ତି । ଏହି ଭିଡିଓକୁ କର୍ଣ୍ଣାଟକ ବିଜେପି ଦ୍ୱାରା ମେ’ ୪ରେ ପୋଷ୍ଟ କରାଯାଇଥିଲା ।

Leave A Reply

Your email address will not be published.