Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହଁନ୍ତି; ପୀତାମ୍ବର

ଭୁବନେଶ୍ବର:  ‘ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହନ୍ତି, ନବୀନ ନିବାସରୁ ଏୟାରପୋର୍ଟ ତାଙ୍କର ବୁଲାବୁଲି’ -‘ମୁଖ୍ୟମନ୍ତ୍ରୀ ଏବେ ସଖୀ କଣ୍ଢେଇ, କିଛି ଅଫିସର ତାଙ୍କୁ ନଚାଉଛନ୍ତି’

ବିଜେଡିକୁ ବିଜେପି ଭାଙ୍ଗିବା ଚେଷ୍ଟା ନେଇ ପାଣ୍ଡିଆନଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ଏମିତି କିଛି କହି କଡ଼ା ସମାଲୋଚନା କଲେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ  । କହିଲେ ‘ତାମିଲ ବାବୁ ବୁଝିବା ଦରକାର ବିଜେଡିକୁ ଭାଙ୍ଗିବା ଦରକାର ନାହିଁ ।ବିଜେଡି ଆପେ ଆପେ ଭାଙ୍ଗି ଗଲାଣି । ମହାପ୍ରଭୁଙ୍କ ୪ ଦ୍ବାର ବନ୍ଦ କରି ଶ୍ରଦ୍ଧାଳୁଙ୍କୁ ହଇରାଣ କରୁଛନ୍ତି । ଏମାନେ ଯଦି କ୍ଷମତାକୁ ଆସିବେ ତାହେଲେ ପ୍ରବେଶ ପାଇଁ ଟିକେଟ୍‌ ବିକିବେ । ବିଜୁ ବାବୁଙ୍କୁ ଭାରତରତ୍ନ କଥା କହୁଛନ୍ତି, ପୋଷ୍ଟରରେ ଗୋଟିଏ ଫଟୋ ନାହିଁ ।

ଆହୁରି ମଧ୍ୟ ସେ କହିଛନ୍ତି ସତ୍‌ସାହସ ଥିଲେ ତାମିଲନାଡୁ ଯାଇ ରାଜନୀତି କରନ୍ତୁ । ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହନ୍ତି, ନବୀନ ନିବାସରୁ ଏୟାରପୋର୍ଟ ତାଙ୍କର ବୁଲାବୁଲି । ମୁଖ୍ୟମନ୍ତ୍ରୀ ଏବେ ସଖୀ କଣ୍ଢେଇ, କିଛି ଅଫିସର ତାଙ୍କୁ ନଚାଉଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ୪୨ ଶହ କୋଟି ଖର୍ଚ୍ଚ, ହେଲେ ହୋଇଛି ୩ ପାଇଖାନା । ଜୁନ ୧୦ରେ ବିଜେପି ସରକାର ଆସିଲା ଦିନ CBIକୁ ହସ୍ତାନ୍ତର କରାଯିବ ।’

Leave A Reply

Your email address will not be published.