Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ରୋହିତ ଶର୍ମାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କଙ୍କ ମତରେ କ୍ରମାଗତ କ୍ରିକେଟ ଖେଳି ରୋହିତ କ୍ଲାନ୍ତ ହୋଇ ପଡିଛନ୍ତି । ବିଶ୍ୱକପ ଆସନ୍ତା ମାସରେ ହେବାକୁ ଥିବାରୁ ଟିମ ଇଣ୍ଡିଆର ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ଏହି ଷ୍ଟାର ଖେଳାଳିଙ୍କୁ କିଛି ଦିନର ବିଶ୍ରାମର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଆଇପିଏଲ ଆରମ୍ଭରେ ରୋହିତ ପାଖାପାଖି ୫୦ ଆଭରେଜ ଓ ୧୬୪ ଷ୍ଟ୍ରାଇକ ରେଟରେ ୨୯୭ ରନ ସଂଗ୍ରହ କରିଥିଲେ । ମାତ୍ର ଏବେ ୫ଟି ମ୍ୟାଚରେ ସେ ୬.୬ ଆଭରେଜରେ ମାତ୍ର ୩୩ ରନ କରିଛନ୍ତି ।

ମୁମ୍ବାଇ ଆଇପିଏଲ ପ୍ଲେ ଅଫ ଦୌଡରୁ ପ୍ରାୟତଃ ବାଦ ପଡିଥିବାରୁ ରୋହିତଙ୍କୁ ବିଶ୍ରାମ ଦେଲେ ଟିମ ଇଣ୍ଡିଆ ଫାଇଦାରେ ରହିବ ବୋଲି ସେ କହିଛନ୍ତି । ତାଙ୍କ ପରି ଖେଳାଳିଙ୍କୁ ଫର୍ମକୁ ଫେରିବା ପାଇଁ ବେଶୀ ମ୍ୟାଚ ଖେଳିବା ଆବଶ୍ୟକତା ନାହିଁ । ଏହି ଅବସରରେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫର୍ମକୁ ଫେରିବା ନେଇ ପ୍ରଶଂସା କରିଛନ୍ତି । ଟି୨୦ ବିଶ୍ୱକପରେ ଭାରତ ଜୁନ ୫ରେ ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ଭେଟିବ ।

Leave A Reply

Your email address will not be published.