Latest Odisha News

BREAKING NEWS

ଦୁର୍ଘଟଣା ଆହତଙ୍କୁ ମେଡିକାଲ ପଠାଇଲେ ବ୍ରହ୍ମପୁର ମେୟର

ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସଙ୍ଗେସଙ୍ଗେ ମେଡିକାଲରେ ପହଞ୍ଚାଇଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ । ଏହାର କିଛି ବିଶେଷ ଅର୍ଥ ନାହିଁ । ଲୋକପ୍ରତିନିଧି ହିସାବରେ ଏହା ତାଙ୍କର ମୌଳିକ କର୍ତ୍ତବ୍ୟ । ନିର୍ବାଚିତ ପ୍ରତିନିଧି ହେତୁ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହୋଇଛି ।

ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଉଭୟ ବାଇକର ଚାଳକ ଗୁରୁତର ଆହତ ହୋଇଥିଲେ। ଆଖପାଖ ଅଞ୍ଚଳର ଲୋକେ ରୁଣ୍ଡ ହୋଇଥିଲେ।

ଏହି ସମୟରେ ଉକ୍ତ ରାସ୍ତା ଦେଇ ଦିଗପହଣ୍ଡି ଯାଉଥିଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ। ନିଜ କାରରୁ ଓହ୍ଲାଇ ଆହତଙ୍କ ଉଦ୍ଧାର କାର୍ଯ୍ୟରେ ଲାଗି ଯାଇଥିଲେ। ତୁରନ୍ତ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ପରେ ମେଡିକାଲ ସ୍ଥାନାନ୍ତରରେ ସାହାଯ୍ୟ କରିଥିଲେ। ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.