Latest Odisha News

BREAKING NEWS

କାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଜାଣନ୍ତୁ ନୀତି ନିର୍ଘଣ୍ଟ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ନବଯୌବନ ଦର୍ଶନ ପାଇଁ ନୀତି ନିର୍ଘଣ୍ଟ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ । ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ କରିପାରିବେ ।

ସେହିପରି ଦିନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ୬ଟା ୩୦ ଯାଏ ଏବଂ ରାତି ୯ଟାରୁ ୧୦ଟା ୩୦ ଓ ରାତି ସାଢ଼େ ୧୧ରୁ ସାଢ଼େ ୧୨ ଯାଏ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ବିଶେଷ ନୀତି ପାଇଁ ସକାଳ ସାଢ଼େ ୧୦ରୁ ଦିନ ୨ଟା, ୩ଟାରୁ ୬ଟା ଓ ସାଢ଼େ ୬ଟାରୁ ରାତି ୯ଟା ଓ ରାତି ସାଢ଼େ ୧୦ରୁ ସାଢ଼େ ୧୧ ଦର୍ଶନ ବନ୍ଦ ରହିବ ।

ସ୍ନାନ ପୂର୍ଣ୍ଣମୀରେ ୧୦୮ ଗଡ଼ୁ ସୁବାସିତ ଜଳରେ ସ୍ନାନ ପରେ ଶ୍ରୀଜୀଉ ଜରରେ ପୀଡ଼ିତ ହୋଇ ଅଣବସରରେ ଥିଲେ । ସୁସ୍ଥ ହେବା ପରେ ଆସନ୍ତାକାଲି ବୁଧବାର ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ । ନବଯୌବନ ବେଶର ଦିନକ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ୯ ଦିନ ପାଇଁ ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଠାକୁର । ଜୁଲାଇ ୯ ତାରିଖରେ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ବାହୁଡ଼ିବା ପରେ ସିଂହଦ୍ୱାର ସମ୍ମୁଖରେ ସୁନାବେଶ, ଅଧରପଣା ପରେ ୧୨ ତାରିଖରେ ରତ୍ନବେଦୀକୁ ବିଜେ କରିବେ ଠାକୁର ।

Leave A Reply

Your email address will not be published.