Latest Odisha News

BREAKING NEWS

ଭାଇରାଲ ଭିଡିଓ ପରେ ବ୍ରହ୍ମପୁରରେ ପୋଲିସର କାର୍ଯ୍ୟାନୁଷ୍ଠାନ, ଅଭିଯୁକ୍ତକୁ ଏନକାଉଣ୍ଟର

ବ୍ରହ୍ମପୁର: ଅମ୍ବିକା ନଗରରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଘଟଣା ପରେ ବ୍ରହ୍ମପୁରରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି। ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର କିଛି ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଅପରେସନ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିବା ବେଳେ ଖସିପଳାଇବାକୁ ଚେଷ୍ଟା କରିଥିଲା ଓ ବୋମା ଫିଙ୍ଗିବାକୁ ଉଦ୍ୟମ କରିଥିବା ପୋଲିସ କହିଛି। ଏହା ପରେ ପୋଲିସ ଏନକାଉଣ୍ଟର କରିଛି।

ବ୍ରହ୍ମପୁର ଅମ୍ବିକା ନଗରରେ ଜଗା ସାହୁ ନାମକ ଯୁବକଙ୍କୁ ଗତକାଲି ରାତିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଭୟର ବାତାବରଣ ଦେଖାଦେଇଥିଲା। ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ପୋଲିସ କହିଛି, ଅଭିଯୁକ୍ତଙ୍କୁ ଧରିବା ପାଇଁ ତୁରନ୍ତ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତ ପଳାଇବାକୁ ଚେଷ୍ଟା କରିବା ସହ ପୋଲିସ ଉପରେ ବୋମା ଫିଙ୍ଗିବାକୁ ଉଦ୍ୟମ କରିଥିବା ଅଭିଯୋଗ ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଗୁଳି ଚଳାଇଥିଲା।

ଗୁଳି ଅଭିଯୁକ୍ତଙ୍କ ଦୁଇ ଗୋଡ଼ରେ ଲାଗିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଛି।

Comments are closed.