Latest Odisha News

BREAKING NEWS

ଭାଇରାଲ ପୋଷ୍ଟରେ ଯୁବରାଜଙ୍କ ତାଗିଦ, ‘ତୁମ ସମସ୍ତଙ୍କୁ ଚପଲ ମାରିବାର ସମୟ ଆସିଗଲା’

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ର ପ୍ଲେଅଫ୍ ଲାଇନଅପ୍ ସ୍ପଷ୍ଟ ହୋଇସାରିଛି। ଏହା ମଧ୍ୟରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ସୋସିଆଲ ମିଡିଆ କମେଣ୍ଟ୍ କ୍ରିକେଟ୍ ପ୍ରେମୀଙ୍କ ଭିତରେ ଚର୍ଚ୍ଚାର ବିଷୟ ପାଲଟିଛି। ପଞ୍ଜାବ କିଙ୍ଗ୍ସର ତିନି ଖେଳାଳି ପ୍ରିୟାଂଶ ଆର୍ଯ୍ୟ, ଅର୍ଶଦୀପ ସିଂହ ଓ ହରପ୍ରୀତ ବ୍ରାରଙ୍କୁ ନେଇ ଯୁବରାଜଙ୍କ ମଜାଳିଆ ଟିପ୍ପଣୀ ଏବେ ଭାଇରାଲ ହୋଇଛି।

ଘଟଣାର ଆରମ୍ଭ ହୋଇଥିଲା ହରପ୍ରୀତ ବ୍ରାରଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ। ସେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ପ୍ରିୟାଂଶ ଆର୍ଯ୍ୟ ଓ ଅର୍ଶଦୀପ ସିଂହ ମଧ୍ୟ ଥିଲେ। ଏହି ପୋଷ୍ଟରେ ହରପ୍ରୀତ ପ୍ରିୟାଂଶଙ୍କୁ “ସ୍ଲଗର” ଓ ଅର୍ଶଦୀପଙ୍କୁ “ବ୍ଲଗର” ବୋଲି ଲେଖିଥିଲେ। ସେହି ପୋଷ୍ଟ ତଳେ ଯୁବରାଜ ସିଂହ ମଜା କରି ଲେଖିଥିଲେ, “ତୁମ ସମସ୍ତଙ୍କୁ ଚପଲ ମାରିବାର ସମୟ ଆସିଗଲା।” ଏହି କମେଣ୍ଟର ଫଟୋ ଏବେ ଚର୍ଚ୍ଚାକୁ ଆସିଛି।

ଯୁବରାଜଙ୍କ ଏହି କମେଣ୍ଟ୍‌କୁ ଅନେକେ ମଜାଳିଆ ଅନ୍ଦାଜରେ ନିଆଯାଉଛି। କାରଣ ଏହି ତିନି ଖେଳାଳିଙ୍କ ସହ ତାଙ୍କର ପଞ୍ଜାବ ସଂଯୋଗ ରହିଛି। ପ୍ରିୟାଂଶ ଆର୍ଯ୍ୟଙ୍କୁ ଯୁବରାଜଙ୍କ ଶିଷ୍ୟ ଭାବେ ମଧ୍ୟ ଦେଖାଯାଏ। ଅନ୍ୟପଟେ ଅର୍ଶଦୀପ ଓ ହରପ୍ରୀତ ମଧ୍ୟ ପଞ୍ଜାବ କ୍ରିକେଟ୍ ସହ ଜଡ଼ିତ।

ଆଇପିଏଲ ୨୦୨୬ରେ ଏହି ତିନିଜଣ ପଞ୍ଜାବ କିଙ୍ଗ୍ସ ଦଳରେ ଥିଲେ। କିନ୍ତୁ ଦଳ ଏଥର ମଧ୍ୟ ଗ୍ରୁପ୍ ଷ୍ଟେଜ୍ ପରେ ପ୍ଲେଅଫ୍‌କୁ ପହଞ୍ଚିପାରିନଥିଲା। ଦଳ ବାହାର ହେବା ପରେ ଖେଳାଳିଙ୍କ ଏହି ମଜାଳିଆ ପୋଷ୍ଟ ଉପରେ ଯୁବରାଜଙ୍କ ଟିପ୍ପଣୀକୁ ନେଇ ଫ୍ୟାନମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ପ୍ରିୟାଂଶ ଆର୍ଯ୍ୟ ଏହି ସିଜନରେ ୧୩ଟି ମ୍ୟାଚ୍ ଖେଳି ୩୬୪ ରନ୍ କରିଥିଲେ। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୧୧ରୁ ଅଧିକ ରହିଥିଲା। ଅର୍ଶଦୀପ ସିଂହ ୧୪ଟି ମ୍ୟାଚ୍‌ରେ ୧୪ଟି ୱିକେଟ୍ ନେଇଥିଲେ, କିନ୍ତୁ ତାଙ୍କ ଇକୋନୋମି ୧୦.୨୦ ରହିଥିଲା। ହରପ୍ରୀତ ବ୍ରାରଙ୍କୁ ମାତ୍ର ୨ଟି ମ୍ୟାଚ୍ ଖେଳିବା ସୁଯୋଗ ମିଳିଥିଲା ଓ ସେଥିରେ ସେ ୨ଟି ୱିକେଟ୍ ନେଇଥିଲେ।

Leave A Reply

Your email address will not be published.