Latest Odisha News

BREAKING NEWS

ମଣିଷର ପ୍ରକୃତ ବନ୍ଧୁ କୁକୁର: ମାଲିକର ପିଲାଙ୍କୁ ବଞ୍ଚାଇବାକୁ ଯାଇ କୁକୁର ଦେଲା ପ୍ରାଣବଳି

ଭୁବନେଶ୍ୱର: ବଲିଉଡ ଚଳଚ୍ଚିତ୍ର ତେରୀ ମେହେରବାନିଆର କାହାଣୀ ମନେ ପଡିଲେ ଆଖିଆଗରେ ନାଚି ଯାଏ ମଣିଷର ପ୍ରକୃତ ବନ୍ଧୁ କୁକୁରର ବିଶ୍ୱସ୍ଥନିୟତା କଥା । ଭୁବନେଶ୍ୱରର ବାହାରେ ଥିବ ଯାଆଁଳା ପୋଲିସ ଷ୍ଟେସନ ଅନ୍ତର୍ଗତ ମୁଣ୍ଡମୁହାଁଣ ଗ୍ରାମରେ ଘଟି ଯାଇଛି ଏଭଳି ଏକ ଘଟଣା, ଯାହା କୁକୁର ଯେ ମଣିଷର ପ୍ରକୃତ ବନ୍ଧୁ ତାହାକୁ ଆଉଥରେ ପ୍ରମାଣିତ କରିଦେଇଛି । ଆଜିର ସମୟରେ ଯେଉଁଠି ମଣିଷ ପଶୁ ପରି ବ୍ୟବହାର କରୁଛନ୍ତି, ପଶୁମାନଙ୍କଠାରେ ହିଁ ମାନବିକତା ଦେଖିବାକୁ ମିଳୁଛି ।

ମିଳିଥିବା ସୂଚନ ଅନୁସାରେ, ଉକ୍ତ ଗ୍ରାମର କୃଷ୍ଣ ସାମନ୍ତରାୟଙ୍କ ପୋଷା କୁକୁର ଲାଡେନ ମାଲିକର ଛୁଆଙ୍କ ଜୀବନ ବଞ୍ଚାଇବାକୁ ଯାଇ ଦେଇଛି ନିଜ ପ୍ରାଣବଳି ।

ମଙ୍ଗଳବାର ସନ୍ଧ୍ୟାରେ କୃଷ୍ଣଙ୍କ ନାତି ସୋମ (୩) ଓ ନାତୁଣୀ ପ୍ରାଚୀ(୬) ତାଙ୍କ ଘର ପୋଟିକରେ ଖେଳୁଥିଲେ। ଏହି ସମୟରେ ଏକ ୫ ଫୁଟ ଲମ୍ବ ନାଗ ସାପ ହଠାତ ପିଲାଙ୍କ ପାଖକୁ ମାଡି ଆସିଥିଲା ।

ଘରର ଅନ୍ୟ ଲୋକମାନେ ସେଠାରେ ବସିଥିବା ବେଳେ ପୋଷା କୁକୁର ଲାଡେନ ଏକ ଚେନରେ ବନ୍ଧା ଯାଇଥିଲା ।

ଆଖି ସାମ୍ନାରେ ଏତେବଡ଼ ସାପକୁ ଦେଖି ଭୟରେ ପ୍ରାଚୀ ତାର ଛୋଟ ଭାଇକୁ ଧରି କାନ୍ଦିବାରେ ଲାଗିଲା । ସାପକୁ ଦେଖି ଚେନରେ ବନ୍ଧା ଯାଇଥିବା ଲାଡେନ ଚେନ ଛିଡ଼ାଇ ସାପ ଉପରକୁ ଲମ୍ଫ ପ୍ରଦାନ କରି ତା ମୁଣ୍ଡକୁ କାମୁଡି ଧରିଥିଲା । ସାପ ମାରିବା ଯାଏଁ ଲାଡେନ ତାକୁ ସେହିପରି କାମୁଡି ଧରିଥାଏ । ସାପଟି ମରିଗଲା ପରେ କୁକୁର ଲାଡେନ ତାକୁ ମୁଁହରୁ ବାହାର କରିଥିଲା ।

ତେବେ ଘଟଣାର ତୁରନ୍ତ ପରେ ମାଲିକ ସାପ ଚୋଟରେ ଆହତ ଲାଡେନକୁ ପଶୁଡାକ୍ତରଙ୍କ ପାଖକୁ ନେବାକୁ ଯାଉଥିବ ବେଳେ ଲାଡେନ ଶେଷ ନିଶ୍ୱାସ ତ୍ୟାଗ କରିଥିଲା ।

“ମୋ ପରିବାର ପାଇଁ ଲାଡେନର ଏହି ବଳିଦାନଙ୍କୁ ମୁଁ କେବେବି ଭୁଲିପାରିବି ନାହିଁ । ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ପରଜନ୍ମରେ ସେ ମୋ ପୁଅ ରୂପରେ ଜନ୍ମ ନେଉ” ବୋଲି ସାମନ୍ତରାୟଙ୍କ ପତ୍ନୀ କହିଛନ୍ତି ।

Leave A Reply

Your email address will not be published.