Latest Odisha News

BREAKING NEWS

[ଭିଡ଼ିଓ] ନାବାଳିକା ଅପହରଣ ଘଟଣା, ନ୍ୟାୟ ପାଇଁ ଧାରଣାରେ ପରିବାର

ଭଦ୍ରକ : ଭଦ୍ରକ ଧୁଷୁରୀ ନାବାଳିକା ଅପହରଣ ଘଟଣା । ନ୍ୟାୟ ପାଇଁ ଧାରଣାରେ ନାବାଳିକା ପରିବାର । ଝିଅ ଅପହରଣ ଘଟଣାର ୮ମାସ ବିତିଗଲାଣି । ହେଲେ ଝିଅର ଏଯାଏ ପତ୍ତା ମିଳୁନି । ସେହି ଗାଁର ଜଣେ ଯୁବକ ଝିଅକୁ ଏକତରଫା ପ୍ରେମ କରୁଥିବା ବେଳେ ଅନିଚ୍ଛା ପରେ ବି ଅପହରଣ କରିନେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ ଥାନାରେ ମାମଲା ରୁଜୁ କରିଥିଲେ । ହେଲେ ଏବେ ବି ବେଧଡକ ବୁଲୁଛି ଅପରାଧୀ ଆଉ ପୁଲିସ ହାତ ଖାଲି ।

ଝିଅ ପାଇଁ ବାରମ୍ବାର ଅଭିଯୋଗ କରିବା ପରେ ବି ନ୍ୟାୟ ନମିଳିବାରୁ ପ୍ରତିବାଦ କରିବା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ନାବାଳିକାର ପରିବାର ।

Leave A Reply

Your email address will not be published.