Latest Odisha News

BREAKING NEWS

ଡିସେମ୍ବର ୧ ରୁ ୩୧ ତାରିଖ ଯାଏଁ ବିଧାନସଭା ଅଧିବେସନ,୫ ଘଣ୍ଟା ଚାଲିବ ଗୃହ : ବାଚସ୍ପତି

ଭୁବନେଶ୍ୱର : ଦିନକ ପରେ ଆରମ୍ଭ ହେବ ଶୀତକାଳୀନ ଅଧିବେସନ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା। ବାଚସ୍ପତି ଅକ୍ଷତାରେ ଏହି ବୈଠକ ବସିଥିଲା। ଏହି ସର୍ବଦଳୀୟ ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ଡିସେମ୍ବର ୧ରୁ ୩୧ ତାରିଖ ଯାଏଁ ବିଧାନସଭା ଅଧିବେସନ ଚାଲିବ। ବିଧାନସଭା ଦିନ ୧୦.୩୦ରୁ ଆରମ୍ଭ ହୋଇ ୧.୩୦ ପର୍ଯ୍ୟନ୍ତ ଚାଲିବ।ଏହାପରେ ଅପରାହ୍ନ ୪ ଟାରୁ ୬ ଟା ଯାଏଁ ଚାଲିବ। ଦିନକୁ ୫ ଘଣ୍ଟା ଚାଲିବ ଗୃହ।

ପ୍ରଥମ ଦିନ ବିଧାନସଭା ୧୧ ଟାରେ ଆରମ୍ଭ ହେବ। ୫ଟାରେ ଅତିରିକ୍ତ ବଜେଟ ସ୍ଥାପନା ହେବ। ୯୦ ମିନିଟ ମୁଲତବୀ ପ୍ରସ୍ତାବ ଆଲୋଚନା ହେବ। ବିରୋଧୀଙ୍କ ପାଇଁ ୫୫ ମିନିଟ୍ ସମୟ ଓ ମନ୍ତ୍ରୀଙ୍କ ରିପ୍ଲାଏ ପାଇଁ ଶାସକ ଦଳ ପାଇଁ ୩୫ ମିନିଟ ସମୟ ରହିବ। କୋଭିଡ ଗାଇଡ ଲାଇନ ଅନୁସାରେ ବିଧାନସଭା ବସିବ। ପ୍ରଶ୍ନକାଳ ସମୟରେ ହଟଗୋଳ ନକରିବା ପାଇଁ ବାଚସ୍ପଚି ଅବଗତ କରିଛନ୍ତି। ନମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବାଚସ୍ପତି କହିଛନ୍ତି।

Leave A Reply

Your email address will not be published.