Latest Odisha News

BREAKING NEWS

ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ କିଛି ଅଜଣା କଥା ଜାଣନ୍ତୁ…

ଭୁବନେଶ୍ୱର: ଶ୍ରୀକୃଷ୍ଣ ହେଉଛନ୍ତି ସମ୍ପୂର୍ଣ୍ଣ ଅବତାର। କୃଷ୍ଣଙ୍କ ଜୀବନରେ ସେ ସବୁ କିଛି ପରିପୂର୍ଣ୍ଣ ଭାବରେ ଥିଲା ଯାହାର ଆବଶ୍ୟକତା ଜଣେ ମଣିଷର ଜୀବନରେ ସର୍ବଥା ଅନୁଭବ କରାଯାଇଥାଏ। ସେ ଏକାଧାରରେ ଜଣେ ମହାନ ଗୁରୁ ତ ସ୍ନେହୀ ଶିଷ୍ୟ, ଆଦର୍ଶ ପତି ତ ପ୍ରାଣପ୍ରିୟ ପ୍ରେମୀ, କୁଶଳୀ ଯୋଦ୍ଧା ତ ଶାନ୍ତିପ୍ରିୟ ପରମପୁରୁଷ, ଆଦରଣୀୟ ପିତା ତ ସ୍ନେହାସ୍ପଦ ପୁତ୍ର । ପୃଥିବୀର ସମସ୍ତ ରଙ୍ଗ କୃଷ୍ଣ ଙ୍କ ଜୀବନକୁ ରଙ୍ଗୀନ କରି ତୋଳିଥିଲା ଆଉ ସେଥିପାଇଁ ତ ତାଙ୍କୁ ପୂର୍ଣ୍ଣାବତାର ଉପାଧି ରେ ଭୂଷିତ କରା ଯାଇଥାଏ। ଶ୍ରୀକୃଷ୍ଣଙ୍କ ଭଜନ କଲେ ମଣିଷ ଉଦ୍ଧାର ପାଇଯାଇଥାଏ ,ଏ ଭବ ସାଗରରୁ। ଭଜ ଗୋବିନ୍ଦମ୍ ମୂଢ଼ମତେ ।

ଶ୍ରୀକୃଷ୍ଣଙ୍କ ଜୀବନରେ ଆଠ ଅଙ୍କର ମହତ୍ତ୍ଵ:

ଶ୍ରୀକୃଷ୍ଣଙ୍କ ଜୀବନରେ ଆଠ ସଂଖ୍ୟା ର ବହୁତ ମହତ୍ତ୍ଵ ରହିଛି। ଅଷ୍ଟମ ମନୁ ଙ୍କ ସମୟରେ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଏବଂ ଦେବକୀ ଙ୍କ ଅଷ୍ଟମ ସନ୍ତାନ ହିସାବରେ ଜନ୍ମ ନେଇଥିଲେ କୃଷ୍ଣ।ତାଙ୍କର ଆଠଜଣ ପତ୍ନୀ, ଆଠଜଣ ସଖୀ, ଆଠଜଣ ପୁତ୍ର (କିଛି ଲୋକ ଙ୍କ ବିଶ୍ୱାସ କୃଷ୍ଣ ଙ୍କର ଅଶି ଜଣ ପୁତ୍ର ଥିଲେ।)ଏବଂ ଆଠଜଣ ଶତୃ ଥିଲେ। ଏହି ପରି ଭାବରେ ଆଠ ଅଙ୍କ ତାଙ୍କ ଜୀବନରେ ସବୁଠାରୁ ବେଶି ମାହାତ୍ମ୍ୟ ବହନ କରିଥିଲା।

ଶ୍ରୀକୃଷ୍ଣଙ୍କର ନଅଟି ନାମ:

ଶ୍ରୀକୃଷ୍ଣଙ୍କର ନଅଟି ନାମ ନ୍ଦଲାଲ୍,ଗୋପାଳ,ବାଙ୍କବିହାରୀ,କହ୍ନାଇ,ଶ୍ୟାମ,କେଶବ,ରଣଛୋଡ଼ଦାସ,ଦ୍ଵାରିକାଧୀଶ ଓ ବାସୁଦେବ। ବାକି ଅନ୍ୟ ସବୁ ନାମ ତାଙ୍କର ଭକ୍ତ ମାନଙ୍କ ଦ୍ଵାରା ଦିଆଯାଇଛି।ଯେମିତିକି ମୁରଲୀଧର, ମାଧବ, ଗିରିଧାରୀ,ଘନଶ୍ୟାମ, ମୋହନଲାଲ୍, ଲବଣୀଚୋର,ମୁରାରୀ, ମନୋହର, ହରି,ରାସବିହାରୀ ଇତ୍ୟାଦି।

ଶ୍ରୀକୃଷ୍ଣଙ୍କ ମାତା, ପିତା ଓ ପରିବାର:

ଶ୍ରୀକୃଷ୍ଣଙ୍କ ମାତା ଥିଲେ ଦେବକୀ ଓ ପିତା ବସୁଦେବ। ତାଙ୍କର ପାଳନକର୍ତ୍ତ୍ରୀ ମା’ ଥିଲେ ଯଶୋଦା, ଓ ପାଳକ ପିତା ଥିଲେ ନନ୍ଦ। ତାଙ୍କର ବଡ଼ ଭାଇ ବଳରାମ ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ମା’ ଥିଲେ ରୋହିଣୀ।ରୋହିଣୀ ଥିଲେ ବସୁଦେବ ଙ୍କ ପ୍ରଥମ ପତ୍ନୀ।ତେବେ ନିଜ ମା’ ଦେବକୀ ଙ୍କ ଉଦରରୁ ସ୍ଥାନାନ୍ତରିତ କରି ରୋହିଣୀ ଙ୍କ ଉଦରରେ ସ୍ଥାପିତ କରାଯାଇଥିଲା ବଳରାମ ଙ୍କୁ। ତେଣୁ ପୌରାଣିକ ସମୟରୁ ଆର୍ୟ୍ୟାବର୍ତ୍ତ ରେ ସ୍ଥାନାନ୍ତରିତ ମାତୃତ୍ଵ ର ପ୍ରଚଳନ ଥିବାର ବିଶ୍ୱାସ କରାଯାଏ।

ଶ୍ରୀକୃଷ୍ଣଙ୍କ ଗୁରୁ:

ଗୁରୁ ସନ୍ଦୀପନିଙ୍କ ପାଖରୁ କୃଷ୍ଣ ବାଲ୍ୟକାଳ ରୁ ବେଦ ଜ୍ଞାନ ସହିତ ଚଉଦ ପ୍ରକାରର ବିଦ୍ୟା(ଯୁଦ୍ଧ ବିଦ୍ୟା ସମେତ) ଓ ଚଉଷଠି କଳାରେ ଶିକ୍ଷାଲାଭ କରିଥିଲେ। ସେ ମଧ୍ୟ ଗୁରୁ ଘୋରଙ୍ଗିରସ ଙ୍କ ଠାରୁ ସାଙ୍ଗୋପାଙ୍ଗ ବ୍ରହ୍ମବିଦ୍ୟା ହାସଲ କରିଥିଲେ। ତାଙ୍କର ଜ୍ଞାତି ଭାଇ ନେମିନାଥ ଙ୍କ ପାଖରୁ ମଧ୍ୟ ସେ ପ୍ରବଚନ ଶୁଣୁଥିବା କଥା ବିଶ୍ୱାସ କରାଯାଏ।ନେମିନାଥ ଥିଲେ ଜୈନମାନଙ୍କର ୨୨ତମ ତୀର୍ଥଙ୍କର।

ଶ୍ରୀକୃଷ୍ଣଙ୍କ ତିନି ଭାଇ:

କୃଷ୍ଣ ଙ୍କର ଭାଇ ମାନଙ୍କର ନାମ ଥିଲା ବଳରାମ ,ଗଦ ଓ ନେମିନାଥ। ବସୁଦେବ ଙ୍କ ବଡ଼ଭାଇ ସମୁଦ୍ରବିଜୟ ଙ୍କ ପୁଅ ନେମିନାଥ।ସେହି ହିସାବରେ ନେମିନାଥ କୃଷ୍ଣ ଙ୍କ ର ବଡ଼ବାପାଙ୍କ ପୁଅ।

ଶ୍ରୀକୃଷ୍ଣଙ୍କ ଅଷ୍ଟପତ୍ନୀ:

ଋକ୍ମିଣୀ, ଜାମ୍ବବତୀ, ସତ୍ୟଭାମା, ମିତ୍ରମ୍ବଦା, ସତ୍ୟା,ଲକ୍ଷ୍ମଣା, ଭଦ୍ରା ଓ କାଳିନ୍ଦୀ ।

ଶ୍ରୀକୃଷ୍ଣଙ୍କର ଆଠ ପୁତ୍ର:

ଋକ୍ମିଣୀ ଙ୍କ ପାଖରୁ ପ୍ରଦ୍ୟୁମ୍ନ , ଜାମ୍ବବତୀ ଙ୍କ ପାଖରୁ ଶାମ୍ବ, ମିତ୍ରମ୍ବଦା ଙ୍କ ପାଖରୁ ବୃକ, ସତ୍ୟା ଙ୍କ ପାଖରୁ ବୀର, ସତ୍ୟଭାମା ଙ୍କ ପାଖରୁ ଭାନୁ, ଲକ୍ଷ୍ମଣା ଙ୍କ ପାଖରୁ ପ୍ରଘୋଷ , ଓ ଭଦ୍ରାଙ୍କ ପାଖରୁ ସଂଗ୍ରାମଜିତ ଓ କାଳିନ୍ଦୀ ଙ୍କ ପାଖରୁ ଶୃତ ।

(କେତେକ ଙ୍କ ମତରେ ତାଙ୍କର ଅଶି ଜଣ ପୁତ୍ର ଥିଲେ, ଆଉ କେତେକ ବିଶ୍ୱାସ କରନ୍ତି ତାଙ୍କର ୧୬,୧୦୮ ଜଣ ପତ୍ନୀଙ୍କ ପାଖରୁ ପ୍ରତ୍ୟେକ ଙ୍କର ୧୦ ଜଣ ହିସାବରେ ୧,୬୧,୦୮୦ଜଣ ପୁତ୍ର ଥିଲେ।)

ଶ୍ରୀକୃଷ୍ଣଙ୍କ ପୁତ୍ରୀ:

ଶ୍ରୀକୃଷ୍ଣଙ୍କ ପତ୍ନୀ ଋକ୍ମିଣୀଙ୍କ ପାଖରୁ ଏକ ମାତ୍ର ପୁତ୍ରୀ ଥିଲେ ଯାହାଙ୍କ ନାମ ଥିଲା ଚାରୁ ।

ଶ୍ରୀକୃଷ୍ଣଙ୍କ ପ୍ରପୌତ୍ର:

ତାଙ୍କ ପୁତ୍ର ପ୍ରଦ୍ୟୁମ୍ନ ଙ୍କ ପୁତ୍ର ଅନିରୁଦ୍ଧ, ଯିଏ ବାଣାସୁର ଙ୍କ ପୁତ୍ରୀ ଉଷା ଙ୍କୁ ବିବାହ କରିଥିଲେ।

ଶ୍ରୀକୃଷ୍ଣଙ୍କ ଆଠ ସଖୀ:

ଚନ୍ଦ୍ରାବଳୀ, ଶ୍ୟାମା, ଶୈବ୍ୟା, ପଦ୍ମା, ରାଧା, ଲଳିତା, ବିଶାଖା ତଥା ଭଦ୍ରା ।

ଶ୍ରୀକୃଷ୍ଣଙ୍କ ଆଠ ସଖା:

ଶ୍ରୀଦାମା,ସୁଦାମା, ସୁବଳ,ସ୍ତୋକକୃଷ୍ଣ, ଅର୍ଜୁନ, ବୃଷବନ୍ଧୁ, ମନଃସୌଖ୍ୟ ଓ ବଳି।

ଶ୍ରୀକୃଷ୍ଣଙ୍କ ଚିହ୍ନ:

ସୁଦର୍ଶନ ଚକ୍ର, ମୟୂରପଙ୍ଖ, ବଂଶୀ, ପୀତାମ୍ବର ବସ୍ତ୍ର, ପଞ୍ଚଜନ୍ୟଶଙ୍ଖ, ଗାଇ, ପଦ୍ମ ଫୁଲ ଓ ଲହୁଣୀ ।

କୃଷ୍ଣଲୋକ:

ଗୋଲୋକ, ବୈକୁଣ୍ଠ ଓ ବିଷ୍ଣୁଲୋକ ।

କୃଷ୍ଣଗ୍ରନ୍ଥ:

ମହାଭାରତ ଓ ଶ୍ରୀମଦ୍ ଭଗବଦ୍ ଗୀତା ।

ଶ୍ରୀକୃଷ୍ଣଙ୍କ କୂଳ:

ଯଦୁ କୂଳ । ଏହାର ଅଠରଟି ଶାଖା ଅଛି। ।

ଶ୍ରୀକୃଷ୍ଣଙ୍କ ନଗର:

ମଥୁରା, ଗୋକୁଳ, ନନ୍ଦଗ୍ରାମ, ବୃନ୍ଦାବନ, ଗୋବର୍ଦ୍ଧନ, ବର୍ଷାନା, ମଧୂବନ ଓ ଦ୍ଵାରିକା ।

ଭକ୍ତି କାଳରେ ଶ୍ରୀକୃଷ୍ଣଙ୍କ ଭକ୍ତ:

ସୁରଦାସ, ଧୃବଦାସ, ରସଖାନ୍, ସ୍ଵାମୀ ହରିଦାସ୍, ବ୍ୟାସଜୀ, ମୀରାବାଇ, ଗୋବିନ୍ଦସ୍ଵାମୀ ଓ ଶ୍ରୀଚୈତନ୍ୟ ମହାପ୍ରଭୂ ଇତ୍ୟାଦି।

 

Leave A Reply

Your email address will not be published.