Latest Odisha News

କୁମ୍ଭୀର ଗଣନା ଲାଗି ଜାନୁଆରୀ ୨ରୁ ବନ୍ଦ ରହିବ ଭିତରକନିକା

ରାଜନଗର: କୁମ୍ଭୀର ଗଣନା ପାଇଁ ଭିତରକନିକା ଅଭୟାରଣ୍ୟ ଜାନୁଆରୀ ୨ରୁ ୧୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ଗଣନା କରାଯାଉଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ଡ଼ା ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡ଼ିଶାଳ ଭିତରକନିକାରେ କୁମ୍ଭୀର ଗଣନା କରାଯିବ ।

ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳ ଗୁଡ଼ିକରେ କୁମ୍ଭୀରମାନଙ୍କ ଗଣନା କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ । ଡ଼ା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀଙ୍କୁ ନେଇ କୁମ୍ଭୀର ଗଣନା କରାଯିବ ।

Leave A Reply

Your email address will not be published.