Latest Odisha News

BREAKING NEWS

ପାକିସ୍ତାନର ସାକ୍ଷରତା ହାର ସବୁଠୁ କମ୍‌; ୪୬ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସ ୨୦୨୧ରେ ୧୩୨ ଅର୍ଥବ୍ୟବସ୍ଥା ମଧ୍ୟରୁ ପାକିସ୍ତାନକୁ ୯୯ ତମ ସ୍ଥାନରେ ରଖିାଯାଇଛି। ପାକିସ୍ତାନର ସାକ୍ଷରତା ହାର ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ଏହାଦ୍ୱାରା ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ନବସୃଜନରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗର ଅଭାବ ଦେଖାଦେଇଛି।

‘ଦି ଏକ୍ସପ୍ରେସ ଟ୍ରିବ୍ୟୁନ’ର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଏବଂ ଏସିଆରେ ସାକ୍ଷରତା ହାର ସର୍ବନିମ୍ନ ରହିଛି। ଦେଶର ସାକ୍ଷରତା ହାର ୬୨.୩ ପ୍ରତିଶତ ଥିବାବେଳେ ମହିଳା ସାକ୍ଷରତା ହାର ଏହାଠାରୁ କମ୍‌ ୫୧.୭ ପ୍ରତିଶତ ରହିଛି।

ପାକିସ୍ତାନର ଏକ ରିପୋର୍ଟରେ କୁହାଯାଇଛି ଯେ ସାକ୍ଷରତା ଦକ୍ଷତା କମ୍ ଥିବା ବ୍ୟକ୍ତିମାନେ ଶ୍ରମ ବଜାର, ପରବର୍ତ୍ତୀ ଶିକ୍ଷା ଏବଂ ଚାକିରି ତାଲିମ ପାଇଁ ପ୍ରସ୍ତୁତ ନୁହଁନ୍ତି। ଅନୁସନ୍ଧାନ, ବିକାଶ, ଶିକ୍ଷା, ଦୃଢ ଭିତ୍ତିଭୂମି ତଥା ଆନୁଷ୍ଠାନିକ ଅଭିନବ କାର୍ଯ୍ୟକଳାପ ଆକାରରେ ଇସ୍‌ଲାମାବାଦ ମଧ୍ୟ ନୂତନତ୍ୱରେ ଆବଶ୍ୟକ ପୁଞ୍ଜି ବିନିଯୋଗ କରିବାରେ ସକ୍ଷମ ହୋଇପାରି ନାହିଁ, ଯାହା ଦେଶରେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିପାରିବ। ହ୍ୟୁମାନ୍ କ୍ୟାପିଟାଲ୍ ଏବଂ ରିସର୍ଚ୍ଚ ଇଣ୍ଡିକେଟର୍ସ ଅଧୀନରେ ପାକିସ୍ତାନ ୧୧୭ ତମ ସ୍ଥାନରେ ରହିଛି।

ଏହି ର଼୍ୟାଙ୍କିଙ୍ଗରେ ସ୍ୱିଜରଲ୍ୟାଣ୍ଡ, ସ୍ୱିଡେନ ଏବଂ ଆମେରିକା ଶୀର୍ଷ ତିନି ଦେଶ ହୋଇପାରିଛି। ଏସିଆର ଦେଶଗୁଡିକ ସହିତ ଭିଏତନାମ ୪୪ ତମ ସ୍ଥାନରେ, ଭାରତ ୪୬ ତମ ସ୍ଥାନରେ ରହିଛି।

Leave A Reply

Your email address will not be published.