Latest Odisha News

BREAKING NEWS

ଭିତରକନିକା ଜାତୀୟ ଉଦ୍ୟାନର ବଦଳିବ ରୂପରେଖ

ରାଜନଗର : ନୂଆ ରୂପରେ ଦେଖିବାକୁ ମିଳିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକା ପର୍ଯ୍ୟଟନସ୍ଥଳୀଠାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ନିମନ୍ତେ ମାଷ୍ଟର୍‌ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ୫୮ କୋଟି ୫୮ ଲକ୍ଷ ୫୩ ହଜାର ଟଙ୍କା ଯୋଗାଇ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ପ୍ରକଳ୍ପର ଚିତ୍ର ଜାରି କରାଯାଇଛି । ଏଥିସହିତ ସୂଚନା କେନ୍ଦ୍ର ମଧ୍ୟ ନିର୍ମାଣ ହେବ ।

ସୂଚନା କେନ୍ଦ୍ର ସମେତ ମୁଖ୍ୟ ଫାଟକ, ୱାଚ୍‌ ଟାୱାର୍‌, ଖୋଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗରଠାରେ ଜେଟି ନିର୍ମାଣ ହେବ । ଏଥିରେ ଅଲିଭ୍‌ରିଡ୍‌ଲେ, କୁମ୍ଭୀର, ପକ୍ଷୀ, ମ୍ୟାନଗ୍ରୁଭ୍‌ ସହିତ ୭ଟି ଥିଏଟର୍‌ ଓ ଆକ୍ବାରିୟମ୍‌ ରହିବ । ଖୋଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗର ଠାରେ ଯେଉଁ ଜେଟି ନିର୍ମାଣ ହେବ ସେଠାରେ ଭାସମାନ ଜେଟି ସଂଯୁକ୍ତ ରହିବ । ଏଥିସହିତ ଜେଟି ନିକଟରେ ଟିକେଟ ଓ ସ୍ନାକ୍ସ କାଉଣ୍ଟର ସହିତ ଶୌଚାଳୟ, ବିଶ୍ରାମ କକ୍ଷ ସହିତ ପାର୍କିଂ ସ୍ଥାନ ରହିବ । ଏହାବାଦ୍‌ ୱାଚ୍‌ ଟାୱାର୍‌ ନିର୍ମାଣ କରାଯିବ । ତାହା ଉପରେ ଚଢ଼ି ପର୍ଯ୍ୟଟକମାନେ ଲୁଣା ଜଙ୍ଗଲର ଶୋଭା ଉପଭୋଗ କରିପାରିବେ ।

ସୁଚନା ଯୋଗ୍ୟ,୨ମାସ ତଳେ ଜିଲ୍ଲା ପ୍ରଶାସନ ପ୍ରକଳ୍ପ ନିର୍ମାଣ ସ୍ଥଳରେ ପହଞ୍ଚି ସ୍ଥାନ ଚିହ୍ନଟ କରିଥିବା ବେଳେ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପର୍ଯ୍ୟଟନ ଭିତ୍ତିକ ପ୍ରକଳ୍ପ ଗୁଡିକର ‘ଥ୍ରି ଡି ଚିତ୍ର ସୋସିଆଲ୍‌ ମିଡିଆରେ ଛଡ଼ା ଯାଇଛି ।

 

Leave A Reply

Your email address will not be published.