Latest Odisha News

BREAKING NEWS

ସକାଳୁ ସକାଳୁ ଏସବୁ ରାଜ୍ୟରେ ଭୂକମ୍ପ ଝଟକା

ତେଜପୁର: ସକାଳୁ ସକାଳୁ ଭୂକମ୍ପ ଝଟକ । ସୋମବାର ସକାଳୁ ଆସାମ, ମେଘାଳୟ, ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନାଶନାଲ ସେଣ୍ଟର ଫର ସିସ୍ମୋଲଜି ଅନୁସାରେ, ସୋମବାର ସକାଳେ ତେଜପୁର ନିକଟରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୪ । ତେବେ ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ନାଶନାଲ ସେଣ୍ଟର ଫର ସିସ୍ମୋଲଜିର କହିବା ଅନୁସାରେ, ସୋମବାର ସକାଳେ ଆସାମର ସୋନିତ ପୁରରେ ୪.୪ ତୀବ୍ରତାର ଭୂକମ୍ପ ଆସିଥିଲା । ଏନସିଏସର କହିବା ଅନୁଯାୟୀ, ଏହି ଭୂକମ୍ପ ସୋମବାର ସକାଳ ପ୍ରାୟ ୮.୦୩ରେ ଆସିଥିଲା । ଭୂକମ୍ପ ୧୫ କିମି ଗଭୀରତା ଭିତରେ ଆସିଥିଲା ।

ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କରାଯାଇଥିବା ଟୁଇଟରେ ଏ ସମ୍ପର୍କରେ ସୂଚନା ଦିଆ ଯାଇଛି । ଏଥିରେ କୁହାଯାଇଛି  ‘ଭୂକମ୍ପର ତୀବ୍ର୍ର ୪.୪ 29-05-2023, 08:03:35 IST, ଅକ୍ଷାଂଶ ୨୬.୬୮ ଏବଂ ଲମ୍ବ ୬୨.୩୫, ଗଭୀରତା ୧୫ କିମି, କ୍ଷେତ୍ର ସୋନିତପୁର, ଆସାମ,’ । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ଆସିନାହିଁ ।

Leave A Reply

Your email address will not be published.