Latest Odisha News

BREAKING NEWS

ମେ ୧ରୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା

ଭୁବନେଶ୍ୱର: ଭିତରକନିକା ଜାତୀୟ ଉଦ୍ୟାନ ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। କାରଣ ଲୁଣି ପାଣି ରେ ରହୁଥିବା କୁମ୍ଭୀର ମାନଙ୍କ ପାଇଁ ଏହା ପ୍ରଜନନର ସମୟ ହୋଇଥାଏ।

ବନ ସଂରକ୍ଷକର ଆସିଷ୍ଟାଣ୍ଟ ଚିଫ (ଏସିଏଫ୍) ମାନସ ଦାସ କହିଛନ୍ତି ଯେ ସରୀସୃପ ମାନଙ୍କ ବସା ତିଆରି କରିବା ରେ  ଏବଂ ପ୍ରଜନନ ସମୟରେ କୌଣସି ପ୍ରକାରର ବାଧା ନ ଉପୁଜିବା ପାଇଁ ଜାତୀୟ ଉଦ୍ୟାନକୁ ତିନି ମାସ ପାଇଁ ବନ୍ଦ ରଖାଯାଇଥାଏ।

ସେ ଆହୁରି ମଧ୍ୟ କହିଥିଲେ ଯେ ଖାସ କରି ଏହି ସମୟ ରେ ମାଈ କୁମ୍ଭୀରମାନେ ଆକ୍ରମଣାତ୍ମକ ହୋଇଯାଇଥାନ୍ତି ଓ ଅଧିକାଂଶ କୁମ୍ଭୀର ନିଜର ବସା ତିଆରି କରୁଥିବା ସମୟରେ ଅଧିକ ଆକ୍ରମଣ କରିଥାନ୍ତି। ତେବେ ପୂର୍ବରୁ ହୋଇଥିବା ଗଣନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାରେ ଲୁଣି ପାଣିରେ ମୋଟ ୧୮୨୬ଟି କୁମ୍ଭୀର ଅଛନ୍ତି।

ପ୍ରଜନନସ୍ଥଳକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ବନ ସଂରକ୍ଷକ୍ ମାନେ ୫୦ରୁ ୬୦ ଅଣ୍ଡା ଦେଉଥିବା ମା କୁମ୍ଭୀରମାନଙ୍କ ଉପରେ ନଜର ରଖିବେ ଏବଂ ଅଣ୍ଡା ଗୁଡ଼ିକରୁ ଛୁଆ ନ ବାହାରିବା  ପର୍ଯ୍ୟନ୍ତ ସମସ୍ତ ପ୍ରକାର ର ସତର୍କତା ଅବଲମ୍ବନ କରାଯିବା ନେଇ ସୂଚନା ଦିଆଯାଇଛି। ଏହା ବ୍ୟତୀତ ଏହି ସମୟ ମଧ୍ୟରେ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ମଧ୍ୟ ପାର୍କ ଭିତରକୁ ପ୍ରବେଶ କରିବାକୁ ମନା କରାଯାଇଛି।

Comments are closed.