Latest Odisha News

BREAKING NEWS

ପୂରା ରାତି ଏସି ଚଲାଇ ଶୋଇଲେ କ’ଣ ହେବ ? ଜାଣିନିଅନ୍ତୁ ନହେଲେ ବିପଦ

ନୂଆଦିଲ୍ଲୀ: ପୂରା ଭାରତରେ ତାତି ଏବେ କଲବଲ କରୁଛି। ତେଣୁ ଏପରି ତାପମାତ୍ରା ବୃଦ୍ଧି ପାଉଥିବାରୁ ଅଧିକାଂଶ ଘରେ ଏୟାର କଣ୍ଡିସନର (ଏସି) ଚାଲୁ ରହିଛି। କେହି କେହି ରାତିସାରା ଏସି ଚଲାଇ ଶୋଉଛନ୍ତି। ଅଧିକ ତାପମାତ୍ରା ଶୋଇବାରେ ଅସୁବିଧା ସୃଷ୍ଟି କରେ ସତ ହେଲେ ବିଶେଷଜ୍ଞମାନେ କହୁଛନ୍ତି, ରାତିସାରା ଏସି ଚଲାଇ ଶୋଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ।

ରାତିସାରା ଏସି ଚଲାଇବାର ଅସୁବିଧା
ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ଥଣ୍ଡାରେ ଶୋଇବା କାରଣରୁ ଚର୍ମର ଗୁଣବତ୍ତାକୁ ଖରାପ କରେ। ଅତ୍ୟଧିକ ଥଣ୍ଡା କାରଣରୁ ରାତିରେ ଏମିତି ଶୋଇଲେ ଥଣ୍ଡା ଜ୍ୱର ହେବାର ଆଶଙ୍କା ରହିଛି।। ଏସି ଓ ପଙ୍ଖାରେ ଧୂଳିକଣା ରହୁଥିବାରୁ ଆଲର୍ଜି ସୃଷ୍ଟିକାରୀ ପଦାର୍ଥ ବିସ୍ତାର କରିପାରେ, ଯାହା ନିଦରେ ବ୍ୟାଘାତ ଘଟାଏ। ଏସି ବନ୍ଦ କରି ଶୋଇଲେ ପ୍ରାକୃତିକ ନିଦ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୁଏ, ଯାହା ଆଲର୍ଜି ଆଶଙ୍କା କମାଇ ଉତ୍ତମ ନିଦକୁ ପ୍ରୋତ୍ସାହନ ଦିଏ। ଶାନ୍ତ ଓ ଆରାମଦାୟକ ଶୟନକକ୍ଷ ପରିବେଶ ଉତ୍ତମ ନିଦ ପାଇଁ ଜରୁରୀ।

ଶାରୀରିକ ଯନ୍ତ୍ରଣାରୁ ମୁକ୍ତି
ଏସି ବନ୍ଦ କରି ଶୋଇଲେ ଶରୀରର ବିଭିନ୍ନ ଯନ୍ତ୍ରଣା କମିପାରେ। ଏସି ଓ ପଙ୍ଖାର ଥଣ୍ଡା ପବନ ମାଂସପେଶୀରେ ଟାଣ ସୃଷ୍ଟି କରି ଯନ୍ତ୍ରଣା  ସମସ୍ୟା ଆଣିପାରେ। ଯେଉଁମାନେ ମାଂସପେଶୀ କିମ୍ବା ଗଣ୍ଠି ଯନ୍ତ୍ରଣାରେ ଭୁଗୁଛନ୍ତି, ସେମାନେ ଏସି ବ୍ୟବହାରରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ। କେବଳ ପଙ୍ଖା ଚଲାଇଲେ ଆରାମ ମିଳିପାରେ। ଉପଯୁକ୍ତ ଗଦି ଓ ତକିୟା ମଧ୍ୟ ଶରୀରକୁ ଆରାମ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ।

ବିଦ୍ୟୁତ ବିଲରେ ସଞ୍ଚୟ
ଏସି ବନ୍ଦ କରି ଶୋଇଲେ ଉତ୍ତମ ନିଦ ଓ ଆରାମ ସହ ବିଦ୍ୟୁତ ବିଲରେ ମାସିକ ସଞ୍ଚୟ ହୋଇପାରିବ। ଅତ୍ୟଧିକ ଏସି ବ୍ୟବହାର ବିଦ୍ୟୁତ ବିଲ ବଢ଼ାଇଥାଏ। ଅନାବଶ୍ୟକ ସମୟରେ ଏସି ବ୍ୟବହାର କମାଇଲେ ଖର୍ଚ୍ଚ ହ୍ରାସ ପାଇବ। ବିଦ୍ୟୁତ କମ୍ପାନୀଗୁଡ଼ିକ ରାତିରେ କମ ଦରରେ ବିଦ୍ୟୁତ ଯୋଗାଣ କରନ୍ତି। ଉପଯୁକ୍ତ ସମୟରେ ଏସି ବ୍ୟବହାର କଲେ ଖର୍ଚ୍ଚ ସହ କୁଲିଂ ଉପକରଣର ଦକ୍ଷତା ଓ ଆୟୁଷ ବଢ଼ିପାରେ।

 

Comments are closed.