Latest Odisha News

ଆସନ୍ତା ୧୯ରୁ ଖୋଲିବ ଭିତରକନିକା, ପର୍ଯ୍ୟଟକ ଏସବୁ ନିୟମ ମାନିବା ଜରୁରୀ

କେନ୍ଦ୍ରାପଡ଼ା: ଭିତରକନିକା ବୁଲିବା ପାଇଁ ଇଚ୍ଛୁକ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ୧୯ ତାରିଖରୁ ଖୋଲିବ ଜାତୀୟ ପ୍ରାଣୀ ଉଦ୍ୟାନ । ଦର୍ଶକ ପୁଣି ଥରେ ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ତେବେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଏସଓପି ।

ପ୍ରାଣୀ ଉଦ୍ୟାନ କର୍ମଚାରୀ ଓ ପର୍ଯ୍ୟଟକ ଏସଓପି ପାଳନ କରିବା ବାଧ୍ୟତାମୂଳକ । ଏସଓପି ଅନୁସାରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଭିତରେ କଣ କରିବେ, କଣ କରିବେ ନାହିଁ ସମ୍ପର୍କିତ ସୂଚନା ଫଳକ ପ୍ରବେଶ ପଥ ଓ ଅନ୍ୟାନ୍ୟ ସ୍ଥାନରେ ଲଗାଇବେ ।

– ମାସ୍କ ନଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ । ସାମାଜିକ ଦୂରତାକୁ କଡ଼ାକଡ଼ି କରାଯିବ
– ପ୍ରବେଶ ପଥ ଓ ବୁକିଂ କାଉଣ୍ଟରରେ ଧାଡ଼ି ବାନ୍ଧି ସମସ୍ତେ ଯିବେ । ସାମାଜିକ ଦୂରତା ପାଳନ କରିବେ
– ଦୈନିକ ଭିତରକନିକା ଭିତରକୁ ଯାଇପାରିବେ ପାଞ୍ଚ ଶହ ପର୍ଯ୍ୟଟକ
– ଥଣ୍ଡା, ଜ୍ୱର, କାଶ ଭଳି କୋଭିଡ୍ ଲକ୍ଷଣ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ

– ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ
– ବର୍ତ୍ତମାନ ଭିତରକନିକା ନଆସିବା ପାଇଁ ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କୁ ପରାମର୍ଶ
– ଭିତରକନିକା ଭିତରେ କୌଣସି ସ୍ଥାନରେ ଏକାଠି ହେବେ ନାହିଁ ପର୍ଯ୍ୟଟକ
– ଡଙ୍ଗମାଳ ବୁଲି ଯିବା ବେଳେ ପ୍ରତି ଡଙ୍ଗାର ୫୦ ପ୍ରତିଶତ ସିଟରେ ବସିବେ ପର୍ଯ୍ୟଟକ

Leave A Reply

Your email address will not be published.