Latest Odisha News

ଶ୍ରେଷ୍ଠ ୫ରେ ବି ନାହିଁ ସଲମାନ୍‌ଙ୍କ ସୋ !

ନୂଆଦିଲ୍ଲୀ: ଟେଲିଭିଜନ୍‌ର ସବୁଠାରୁ ପ୍ରିୟ ସୋ ମଧ୍ୟରୁ ‘ବିଗ୍ ବସ୍’ ଏବଂ ‘କୌନ୍‌ ବନେଗା କରୋଡ୍‌ପତି’ ଅନ୍ୟତମ। ପ୍ରତିବର୍ଷ ଦର୍ଶକ ଏହି ସୋ’କୁ ଉତ୍ସାହର ସହିତ ଅପେକ୍ଷା କରଥାନ୍ତି। ତେବେ ଚଳିତ ବର୍ଷ  ଏହି ସୋ ’ଦର୍ଶକଙ୍କ ଗହଣରେ ଭଲ ପ୍ରଦର୍ଶନ କରିପାରିନ ଥିବା ଜଣାପଡ଼ିଛି।

କାରଣ ସୋ ଆରମ୍ଭ ହେବା ପରେ ମଧ୍ୟ ଏହା ’ଟିଆର୍‌ପି ରେଟିଂର ଶ୍ରେଷ୍ଠ ୫ ରେ ସ୍ଥାନ ପାଇପାରି ନାହିଁ। ଗଲା ସପ୍ତାହରେ ଆରମ୍ଭ ହୋଇଥିବା ସଲମାନ ଖାନଙ୍କ ସୋ ‘ବିଗ୍ ବସ୍ ୧୪’ ଏବଂ ଅମିତାଭ ବଚ୍ଚନଙ୍କ ସୋ ‘କୌନ୍‌ ବନେଗା କରୋଡ୍‌ପତି’ ଦର୍ଶକଙ୍କ ମନକୁ ଛୁଇଁବାରେ ଅସମର୍ଥ ହୋଇଛି। ଯାହା ଫଳରେ ଟିଆର୍‌ପି ରେଟିଂରେ ଏହା ପଛରେ ପଡ଼ିଯାଇଛି।

ତେବେ ‌ରିପୋର୍ଟ ଅନୁଯାୟୀ ଶ୍ରେଷ୍ଠ ୫ ତାଲିକାରେ  ଜି ଟିଭିରେ ପ୍ରସାରିତ ଧାରାବାହିକ ‘କୁଣ୍ଡଳି ଭାଗ୍ୟ’ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ଟେଲି ଧାରାବାହିକ ‘ଅନୁପମା’। ସେହିପରି ତୃତୀୟ ସ୍ଥାନ ହାସଲ କରିଛି ଜି ଟିଭିର ଲୋକପ୍ରିୟ ସିରିଏଲ ‘କୁମ୍‌କୁମ୍‌ ଭାଗ୍ୟ’।

ଏଥି ସହିତ  ସୋନି ଟିଭିରେ ପ୍ରସାରଣ ହେଉଥିବା ଲୋକପ୍ରିୟ ରିୟାଲିଟି ସୋ ‘ଇଣ୍ଡିଆସ୍‌ ବେଷ୍ଟ୍‌ ଡ୍ୟାନ୍ସର୍‌’ ଚତୁର୍ଥ ସ୍ଥାନ ଅଧିକାର କରିଛି। ତେବେ ଏହି ସୋରେ  ମଲାଇକା ଆରୋରାଙ୍କ ପ୍ରତ୍ୟାବର୍ତ୍ତନ ପରେ ଏହାର ଟିଆର୍‌ପିରେ ଉନ୍ନତି ଘଟିଥିବାର ଦେଖାଯାଇଛି। କମେଡି ସୋ ‘ତାରକ୍‌ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’ ଏହି ତାଲିକାର ପଞ୍ଚମ ସ୍ଥାନରେ ସ୍ଥାନ ପାଇଛି। ତେବେ ପୂର୍ବ ତୁଳନାରେ ‘ତାରକ୍‌ ମେହେଟ୍ଟା କା ଉଲ୍‌ଟା ଚଷମା’ ସୋ ଏଥର ଦୁଇଟି ସ୍ଥାନ ହରାଇଛି।

Comments are closed.