Latest Odisha News

ନିରହୁଆଙ୍କ ବିଜୟ ପରେ ଚର୍ଚ୍ଚାରେ ଭୋଜପୁରୀ ଫିଲ୍ମ ଗଙ୍ଗା, ଯମୁନା, ସରସ୍ୱତୀ

ଲକ୍ଷ୍ନୌ: ୟୁପିର ଆଜମଗଡ ନିର୍ବାଚନ ଜିତିବା ପରେ ଏବେ ସବୁଠାରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ବିଜେପି ନେତା ତଥା ଭୋଜପୁରୀ ସୁପରଷ୍ଟାର ଦୀନେଶଲାଲ ଯାଦବ ନିରହୁଆ । ତେବେ ସେ ଏମପି ହେବା ପରେ ଭୋଜପୁରୀ ଫିଲ୍ମ ଗଙ୍ଗା, ଯମୁନା, ସରସ୍ୱତୀ ଏହାଠାରୁ ଅଧିକ ଚର୍ଚ୍ଚା ସାଉଁଟିଛି । ଏହି ଫିଲ୍ମର ୩ ହୀରୋ ଏବେ ବିଜେପିର ଏମପି ଅଛନ୍ତି । ନିରହୁଆଙ୍କ ବ୍ୟତୀତ ଏଥିରେ ମନୋଜ ତିୱାରୀ ଓ ରବି କିଶାନ ମଧ୍ୟ ହୀରୋ ଥିଲେ । ରବି କିଶାନ ଗୋରଖପୁର ସିଟରୁ ଏବଂ ମନୋଜ ଦିଲ୍ଲୀ ନର୍ଥ ଇଷ୍ଟରେ ସିଟରେ ଜିତି ଏମପି ଅଛନ୍ତି ।

ନିରହୁଆଙ୍କ ପିଲାବେଳ ଅତି ଦୁଃଖରେ କଟିଥିଲା । ସେ ବାହାଘରରେ ଗୀତ ଗାଇ ପେଟ ପୋଷୁଥିଲେ । ନିରହୁଆ ସଟଲ ନାମକ ତାଙ୍କର ଏକ ଭୋଜପୁରୀ ଆଲବମ ୟୁପି, ବିହାର, ଝାରଖଣ୍ଡ, ବେଙ୍ଗଲଠାରୁ ଆରମ୍ଭ କରି ନେପାଳରେ ହିଟ ହୋଇଥିଲା । ଏହା ପରେ ଫିଲ୍ମରେ ଗୀତ ଗାଇଥିଲେ ପରେ ଭୋଜପୁରୀର ଏକ ପ୍ରତିଷ୍ଠିତ ଅଭିନେତା ପାଲଟି ଯାଇଥିଲେ ।

Leave A Reply

Your email address will not be published.