Latest Odisha News

BREAKING NEWS

ଜିରୋ ନାଇଟ ସେଲିବ୍ରେସନ ଅପେକ୍ଷାରେ ରାଜଧାନୀବାସୀ !

ଭୁବନେଶ୍ୱର: ବାସ ଆଉ କିଛି ମୁହୂର୍ତ୍ତର ଅପେକ୍ଷା । ତାପରେ ଆସିବ ନୂଆବର୍ଷ ।ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କରିବାକୁ ସବୁଠି ଉତ୍ସାହ । ନୂଆବର୍ଷର ପ୍ରଥମ ରାତିକୁ ଜିରୋ ନାଇଟ କୁହାଯାଏ । ୩୧ ତାରିଖ ରାତିରେ ସେଲିବ୍ରେସନ ହୁଏ ଜିରୋ ନାଇଟ ।

ଆଜି ମଧ୍ୟରାତ୍ରରେ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଏଥିପାଇଁ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ତାରକା ହୋଟେଲ ଓ କ୍ଲବରେ ଜୋରଦାର ଆୟୋଜନ ହୋଇଛି । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଲୋକେ ବିଭିନ୍ନ ହୋଟେଲ ଗୁଡିକରେ ବୁକିଂ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଚଳିତଥର ଜିରୋ ନାଇଟ ସେଲିବ୍ରେସନ ପାଇଁ ବ୍ରାଜିଲରୁ ନୃତ୍ୟଶିଳ୍ପୀ ମାନେ ଆସୁଛନ୍ତି । ଆହୁରି ମଧ୍ୟ
ରାଜ୍ୟ ବାହାରର କଳାକାର ନୃତ୍ୟଗୀତ ପରିବେଷଣ କରିବେ ବୋଲି ଜଣାପଡିଛି ।

ଏହି ଜିରୋ ନାଇଟ ସେଲିବ୍ରେସନ ରାତି ପାଖାପାଖି ୮ଟାରୁ ଆରମ୍ଭ ହୋଇ ମଧ୍ୟରାତି ପର୍ଯ୍ୟନ୍ତ ଚାଲିବ।

ଯୁବପୀଢ଼ିଙ୍କ ନୂଆବର୍ଷ ପାଳନର ଉତ୍ସାହକୁ ଦୃଷ୍ଟିରେ ରଖି ସହରର ଛୋଟ ବଡ଼ ହୋଟେଲ, ରେସ୍ତୋରାଁ, କଫିଶପ୍, ଶପିଂମଲ୍ ଓ ଡିଜେ କ୍ଲବ୍ଗୁଡ଼ିକରେ ‘ଜିରୋ ନାଇଟ୍’ ସେଲିବ୍ରେଶନ ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି ।

ଜିରୋ ନାଇଟ ପାଇଁ କମିଶନରେଟ ପୋଲିସ ମଧ୍ୟ ପ୍ରସ୍ତୁତ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ନିମନ୍ତେ ପୋଲିସ ସଜାଗ ଥିବା ପୋଲିସ କମିଶନର ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.