Latest Odisha News

BREAKING NEWS

ଭାଇଜାଗରୁ ଧରା ହେଲା ଭୁବନେଶ୍ୱର ଏଟିଏମ୍ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ଅଞ୍ଚଳରୁ ଏଟିଏମ୍ ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ଆନ୍ଧ୍ରପ୍ରଦେଶର ଭାଇଜାଗ ପୋଲିସ ଗିରଫ କରିଥିବା ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଟ୍ୱିନସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗି ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ଗିରଫ ଅଭିଯୁକ୍ତ ମାନେ ପଞ୍ଜାବର ସମରଜ୍ୟୋତ ସିଂହ ଓ କେରଳର ଜାଫର ସାଦିକ୍ ବୋଲି ଜଣାପଡିଛି । ଯେଉଁମାନେକି ଇନଫୋସିଟି ଥାନା ଅନ୍ତର୍ଗତ ପିଏନବି ବ୍ୟାଙ୍କ ଏଟିଏମରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଲୁଟ୍ କରିଥିଲେ।

ଦୁହେଁ ଆନ୍ତରାଜ୍ୟ ଲୁଟ୍ ଗ୍ୟାଙ୍ଗ ର ସଦସ୍ୟ । ଏହି ଗ୍ୟାଙ୍ଗ ଦେଶର ବିଭିନ୍ନ ପ୍ରାନ୍ତରୁ ଏଟିଏମ୍ ଲୁଟ୍ କରୁଥିବା ବେଳେ ଏହା ବେଙ୍ଗାଲୁରୁରୁ ଅପରେଟ୍ ହୋଇଥାଏ ।

Leave A Reply

Your email address will not be published.