Latest Odisha News

BREAKING NEWS

ଅର୍ଣ୍ଣବ ଗୋସ୍ୱାମୀଙ୍କ ସ୍ୱାଧୀକାର ଭଙ୍ଗ ନୋଟିସ ମାମଲା:ମହାରାଷ୍ଟ୍ର ବିଧାନସଭା ସଚିବଙ୍କୁ ସୁପ୍ରିମକୋର୍ଟଙ୍କ ସମନ

ନୂଆଦିଲ୍ଲୀ: ଅର୍ଣ୍ଣବ ଗୋସ୍ୱାମୀଙ୍କ ସ୍ୱାଧୀକାର ଭଙ୍ଗ ନୋଟିସ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ମହାରାଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କରିଛି । ଏହି ମାମଲାରେ ରିପବ୍ଳିକ ଟିଭିର ମାଲିକ ଅର୍ଣ୍ଣବଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମନ କରିବାକୁ ଯାଇ ସରକାର କୌଣସି ବ୍ୟକ୍ତିଙ୍କୁ ଧମକ ଦେଇପାରିବେ ନାହିଁ । ଏହା ହେବାର ମାନେ ନ୍ୟାୟିକ ପ୍ରକ୍ରିୟାକୁ ସରକାର ଉଲ୍ଲଂଘନ କରୁଛନ୍ତି ବୋଲି ମାନ୍ୟବର କୋର୍ଟ କହିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ବିଧାନସଭା ସଚିବଙ୍କୁ ଏହିଭଳି କରିବା ପଛରେ କାରଣ ଦର୍ଶାଇବାକୁ ପ୍ରଧାନ ବିଚାରପତି ଏସ.ଏ. ବୋବଡେ କହିଛନ୍ତି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ମନ୍ତ୍ରୀଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେବା ଅଭିଯୋଗରେ ବିଧାନସଭା ଅର୍ଣ୍ଣବଙ୍କ ବିରୋଧରେ ସ୍ୱାଧୀକର ଭଙ୍ଗ ନୋଟିସ ଆଣିଥିଲା । ସିଜେଆଇ ମାମଲାର ଶୁଣାଣୀ କରି କହିଛନ୍ତି ସରକାର ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.