Latest Odisha News

BREAKING NEWS

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟର ଏହି ୩ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବନୁମାନ ଅନୁଜାୟୀ କୋରାପୁଟ, ମାଲକାନଗିରି ଏବଂ ରାୟାଗଡା ଆଦି ୩ ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶନିବାର ସକାଳ ୮.୩୦ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ରାୟାଗଡା, କୋରାପୁଟ ଏବଂ କନ୍ଧମାଳ ଆଦି ଜିଲ୍ଲାରର ବର୍ଷା ହୋଇଛି। କନ୍ଧମାଳ ଓ କଳାହାଣ୍ଡିର କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି।

ରାଜ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଥିବା ବିଭାଗ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି।

ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରୀ ସେଲସିୟସ୍ ଝାରସୁଗୁଡାରେ ରେକର୍ଡ ହୋଇଛି ।

ଆଗାମୀ ଦିନରେ ଉତ୍ତର ଓଡିଶାରେ ରାତିର ତାପମାତ୍ରା ୨ ରୁ ୩°  ହ୍ରାସ ପାଇବା ନେଇ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।

ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ମଧ୍ୟ କୁହାଯାଇଛି।

Leave A Reply

Your email address will not be published.