Latest Odisha News

ଖୁବଶୀଘ୍ର ପରଦାକୁ ଆସୁଛି ଓଡିଆ ଫିଲ୍ମ ‘କିଏ ହେବ ମୋ ହିରୋଇନ୍’

ଭୁବନେଶ୍ୱର: ଏକ୍ସସେଲ୍ ମିଡିଆ ଦ୍ୱାରା ନିର୍ମିତ ‘କିଏ ହେବ ମୋ ହିରୋଇନ୍’ ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ ‘ଦେବଦାସ’ ଫିଲ୍ମର ଲିଡ୍ ହିରୋ ଅସିତ୍ ପାତ୍ରଙ୍କୁ ।

ଏକ୍ସସେଲ୍ ବ୍ୟାନରର ଏହା ୮ମ ଫିଲ୍ମ ହୋଇଥିବାବେଳେ ଫିଲ୍ମର ନିର୍ଦ୍ଦେଶକ ଭାବେ ରହିଛନ୍ତି ରବିନ୍ଦ୍ର ପଣ୍ଡା । ମୁମ୍ବାଇରେ ରହୁଥିବା ଓଡିଆ ଅଭିନେତା ଅସିତ ପାତ୍ର ଲିଡ୍ ରୋଲରେ ଥିବାବେଳେ ତାଙ୍କ ଅପୋଜିଟରେ ସ୍କ୍ରିନ ଶେୟାର କରୁଛନ୍ତି ମହିମା ଚୌଧୁରୀ ଓ ସୋନମ ଦାସ । ଏହି ଚଳଚ୍ଚିତ୍ରରେ ଡେବ୍ୟୁ କରୁଛନ୍ତି ସୋନମ ।

ଏହା ପୂର୍ବରୁ ଅସିତ ‘ଭୈରବ’ ଓ ‘ନାୟକର ନା ଦେବଦାସ’ ଭଳି ୨ଟି ଓଡିଆ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି।

ଏହି ଫିଲ୍ମରେ ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, ବିଦୁସ୍ମିତା, ପୁଷ୍ପା ପଣ୍ଡା, ଦୀପା ଓ ସରୋଜ ସାମଲ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ବିଜୟଲକ୍ଷ୍ମୀ ପଣ୍ଡା ଫିଲ୍ମର କାହାଣୀ ଲେଖିଥିବା ବେଳେ ନିର୍ଦ୍ଦେଶନର ଭାର ଗ୍ରହଣ କରିବେ ପ୍ରଶାନ୍ତ ଲେଙ୍କା । ଲୁବୁନ ଟୁବୁନ୍ ଡ୍ୟାନ୍ସ କିରୋଓଗ୍ରାଫୀ ଓ ଅଗ୍ନିରାଜ କିଶୋର ସଙ୍ଗୀତ ନିର୍ମାଣ କରିବେ ।

ଏହି ଭିନ୍ନ ଧର୍ମୀ ଚଳଚ୍ଚିତ୍ରର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.