Latest Odisha News

BREAKING NEWS

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ମାଷ୍ଟରମାଇଣ୍ଡ ଚିଣ୍ଟୁ ଅଟକ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ୟୁନିଟ୍‌-୨ର ମାର୍କେଟ ବିଲ୍ଡିଂରେ ଗତ ଜାନୁଆର ୧୦ ତାରିଖ ସନ୍ଧ୍ୟାରେ ହୋଇଥିବା ଆକ୍ରମଣ ଘଟଣାରେ କମିଶନରେଟ୍ ପୋଲିସ ଶୁକ୍ରବାର ଦିନ ମାଷ୍ଟର ମାଇଣ୍ଡ ଚିଣ୍ଟୁ ମହାନ୍ତିଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ (ଏନଏସଏ) ଅଧିନରେ ଅଟକ ରଖାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଆକ୍ରମଣ ପଛର ମୁଖ୍ୟ ମାଷ୍ଟର ମାଇଣ୍ଡ ଚିଣ୍ଟୁ ମହାନ୍ତି ବୋଲି ଜଣାପଡିଛି ।

ଏହାବ୍ୟତିତ ଗୋପୀନାଥ ନାୟକ, ସ୍ମୃତି ସାଗର ମହାପାତ୍ର, ସୁରଜ ସହାବରେ, ଚନ୍ଦନ ଦାସ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁରଙ୍କ ନାମରେ ପୂର୍ବରୁ ଏହି ମାମଲାରେ ଏନଏସଏ ଅଧିନରେ ମାମଲା ରୁଜୁ କରାଯାଇଥିଲା ।

ପୂର୍ବରୁ ଏହି ମାମଲାରେ ୨୫ ଜଣଙ୍କୁ ଗିରଫ କରାଯାଇଥିଲା । ଯେଉଁଥିରେ ଜଣେ ଡିସିପିଙ୍କ ପୁଅ ସହ ୧୬ ଜଣ ନାବାଳକ ମଧ୍ୟ ରହିଥିଲେ ।

ଉଲ୍ଲେଖଯୋଗ୍ୟ, ଗତକାଲି ଭୁବନେଶ୍ୱରର ଏହି ବ୍ୟାବସାୟିକ ପେଣ୍ଠସ୍ଥଳ ଲୋକାରଣ୍ୟ ରହିଥିବା ବେଳେ ଅଚାନକ ସଶସ୍ତ୍ର ଦୁର୍ବୃତ୍ତମାନେ ପ୍ରାୟ୧୦୦ଟି ଦୋକାନ ଗୁଡ଼ିକ ଉପରେ ଆକ୍ରମଣ କରିଥିଲେ । ମୁହଁରେ ମୁଖା ପିନ୍ଧିଥିବା ଏହି ଯୁବକମାନେ ଦୋକାନୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବେଳେ ଦୋକାନମାନଙ୍କରୁ ଜିନିଷପତ୍ର ଲୁଟ୍ ତରାଜ କରିବାକୁ ଲାଗିଥିଲେ ।

Leave A Reply

Your email address will not be published.