Latest Odisha News

BREAKING NEWS

ଖୋଲିଲା ମାର୍କେଟ ବିଲ୍ଡିଂ ହେଲେ ବଢ଼ିଲା କଟକଣା

ଭୁବନେଶ୍ୱର: ଖୋଲିଲା ମାର୍କେଟ ବିଲ୍ଡିଂ । ରଜ ପୂର୍ବରୁ ସିଲ୍ ହୋଇଥିବା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ ପୁଣି ଥରେ ଖୋଲିଛି । ବିଭିନ୍ନ ସର୍ତ୍ତ ରଖି ବିଏମ୍‌ସି ପକ୍ଷରୁ ବୁଧବାର ମାର୍କେଟ ବିଲ୍ଡିଂ ଖୋଲିବାକୁ ଅନୁମତି ଦେଇଛି ବିଏମ୍‌ସି । ବିଏମ୍‌ସି ଜାରି କରିଥିବା ନିର୍ଦ୍ଦେଶାବଳିକୁ ମାନିବେ ବୋଲି ମାର୍କେଟ ବିଲ୍ଡିଂ ସଂଘ ସହମତି ପ୍ରକାଶ କରିବା ପରେ ୟୁନିଟ-୨ ମାର୍କେର୍ଟକୁ ଖୋଲାଯାଇଛି । ଦୋକାନ ଖୋଲିଛି ସିନା ହେଲେ ବଢ଼ିଛି କଟକଣା । ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ନରଖିଲେ ପୁଣିଥରେ ମାର୍କେଟ ବିଲ୍ଡିଂ ସିଲ୍ କରାଯିବ ବୋଲି ବିଏମ୍‌ସି କହିଛି । ଏଥିସହ ଦୋକାନୀଙ୍କ ଟ୍ରେଡ ଲାଇସେନ୍ସ ମଧ୍ୟ ରଦ୍ଧ କରାଯିବ ।

ସୂଚନାଯୋଗ୍ୟ, ରଜ ପର୍ବକୁ ଦୃଷ୍ଟିରେ ରଖି ଗତ ଶୁକ୍ରବାର ମାର୍କେଟ ବିଲ୍ଡିଂ ଖୋଲିବା ପାଇଁ ଅନୁମତି ଦେଇଥିଲା ବିଏମ୍‌ସି । କିନ୍ତୁ ମାର୍କେଟ୍‌ ବିଲ୍ଡିଂ ଖୋଲୁ ଖୋଲୁ ସେଠାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ନିୟମକୁ ସମସ୍ତେ ଭାଙ୍ଗିଥିଲେ । ଏହି କାରଣରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଅଧିକ ଥିବାରୁ  ମାର୍କେଟ୍‌ ବିଲ୍ଡିଂକୁ ସିଲ୍‌ କରାଯାଇଥିଲା ।

Leave A Reply

Your email address will not be published.