Latest Odisha News

ଟ୍ରେନ୍ ଓ ବିମାନ କଟକଣା ଜାରି ରହୁ: ପ୍ରସ୍ତାବ ରଖିଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନା ବେଳେ କେନ୍ଦ୍ର ନିକଟରେ ନବୀନ କେତେକ ପ୍ରସ୍ତାବ ରଖିଛନ୍ତି ।

ଓଡ଼ିଶାକୁ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଫେରିଛନ୍ତି । ଏଥିସହ ମୌସୁମୀ ମଧ୍ୟ ଓଡ଼ିଶାକୁ ଛୁଇଁଛି । ଜୁନ୍ ମାସରେ ସଂକ୍ରମଣ ସଂଖ୍ୟା ବଢ଼ିବା ଆଶଙ୍କା ଥିବାରୁ ରାଜ୍ୟ ପାଇଁ ଏହି ମାସ ଅତି ଗୁରୁତ୍ୱପୂର୍ଣ୍ଣ । ତେଣୁ ପୂର୍ବଭଳି ଓଡ଼ିଶାକୁ ଟ୍ରେନ୍ ଓ ବିମାନ ସେବା ବନ୍ଦ ରଖାଯାଉ ବୋଲି ନବୀନ ପ୍ରସ୍ତାବ ଦେଇଛନ୍ତି ।

ଏଥିସହ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜାତୀୟସ୍ତରର ପ୍ରବେଶିକା ପରୀକ୍ଷା ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସ୍ତରରେ ଯୁକ୍ତ୨ ପରୀକ୍ଷା ହେବା ପରେ ହିଁ NEET, JEE ଭଳି ଜାତୀୟ ସ୍ତରରେ ପ୍ରବେଶିକା ପରୀକ୍ଷା ହେଉ ବୋଲି ସେ କହିଛନ୍ତି ।

ସେହିଭଳି ଉପସାଗରୀୟ ରାଷ୍ଟ୍ରରେ ଅଟକି ରହିଥିବା ଓଡ଼ିଆଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାରଣ ଉପସାଗରୀୟ ରାଷ୍ଟ୍ରରେ ଅଟକି ରହିଥିବା ଓଡ଼ିଆଙ୍କ ମଧ୍ୟରୁ ଅଧିକାଂଶ ସେଠାରେ କମ ଦରମାରେ କାମ କରିଥାନ୍ତି। ସେଥିପାଇଁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଉ ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.