Latest Odisha News

BREAKING NEWS

କାଠଯୋଡିରୁ ମିଳିଲା ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ

କଟକ: କଟକର କାଠଯୋଡି ନଦୀ କୂଳରେ ବୁଧବାର ଦିନ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମୃତକଙ୍କ ନାମ ପ୍ରତୀକ ଦାସ ବୋଲି ଜଣାପଡିଛି। ସେ ଭୁବନେଶ୍ୱରର ନୀଳାଦ୍ରି ବିହାରର ବାସିନ୍ଦା।

ସୂଚନା ଅନୁଯାୟୀ, ପ୍ରତୀକ ମଙ୍ଗଳବାରଠାରୁ ନିଖୋଜ ଥିଲେ। ସେ ଘରକୁ ନ ଫେରିବାରୁ ପରିବାରବର୍ଗ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ସକାଳେ କିଛି ସ୍ଥାନୀୟ ଲୋକ ବ୍ରିଜ ତଳେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଯାହା ପରେ ମୃତକଙ୍କ ପରିଚୟ ମିଳିଲା।

ତେବେ ତାଙ୍କ ମୃତ୍ୟୁ କିଭଳି ହୋଇଛି ସେନେଇ ମର୍କତ ନଗର ପୋଲିସ ତଦନ୍ତ ଆରମ୍ଭ କରିଛି। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅପରପକ୍ଷରେ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ଜଣାପଡିଛି।

 

Comments are closed.