Latest Odisha News

BREAKING NEWS

ଭୁବନେଶ୍ୱରରେ ଭାରତ-କାତାର ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ, ଏଏଫସି ଏସିଆନ କପର କ୍ୟାଲିଫାୟର୍ସ ଖେଳାଯିବ

ଭୁବନେଶ୍ୱର: ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଓ ଇଂଟରକଂଟିନେଟାଂଲ ମ୍ୟାଚ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜିତ ହେବା ପରେ ଆଗକୁ ପ୍ରଶଂସକମାନେ ଆହୁରି ରୋମାଂଚକ ମୁକାବିଲା ଦେଖିବାକୁ ପାଇବେ । ଏଆଇଏଫଏଫ ଶନିବାର ଘୋଷଣା କରିଛି ଯେ, ଫୁଟବଲ ଆସୋସିଏଶନ ଅଫ ଓଡିଶା ବହୁ ପ୍ରତୀକ୍ଷୀତ ଫିଫା ବିଶ୍ୱକପ ୨୦୨୬ ଓ ଏଏଫସି କ୍ୱାଲିଫାୟର୍ସ ମୁକାବିଲା ଆୟୋଜିତ କରିବ । ନଭେମ୍ବର ୨୧ରେ ଏହି ମ୍ୟାଚ ଖେଳାଯିବ । ସ୍ଥାନୀୟ ସରକାରଙ୍କ ଉଦ୍ୟମରେ ଓଡିଶାରେ କ୍ରୀଡାର ଦ୍ରୁତ ବିକାଶ ହେଉଥିବାରୁ ଆମେ ଏହି ନିଷ୍ପତି ନେଇଛୁ ବୋଲି ଏଆଇଏଫଏଫ ପକ୍ଷରୁ କୁହାଯାଇଛି । ଏଠାରେ ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପିଚ ପ୍ରସ୍ତୁତ କରାଯାଇଛି ବୋଲି ଫିଫା ତରଫରୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହା ଆମ ପାଇଁ ସମ୍ମାନର ବିଷୟ ବୋଲି କହିଛନ୍ତି । ଫିଫା ବିଶ୍ୱକପ ୨୦୨୬ ମୂଖ୍ୟ ଡ୍ରରେ ସାମିଲ ହେବା ପାଇଁ ଉଭୟ ଭାରତ ଏବଂ କାତାର ଟିମ ଚାହିଁବେ । ଫଳରେ ମ୍ୟାଚ ନିଶ୍ଚିତ ଭାବେ ରୋମାଂଚକର ହେବ ବୋଲି ଆଶା କରାଯାଉଛି । ୪ ବର୍ଷ ପରେ ଉଭୟ ଟିମ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲାକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଆଗକୁ ଅନ୍ୟ ଆନ୍ତର୍ଜାତୀୟସ୍ତରର ମ୍ୟାଚ ଏଠାରେ ଆୟୋଜିତ କରାଯିବ ବୋଲି ଫାଓ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.