Latest Odisha News

BREAKING NEWS

କିସ୍ ବିଶ୍ବବିଦ୍ୟାଳୟକୁ ‘ଏ’ ଗ୍ରେଡ୍ ମାନ୍ୟତା ଦେଲା ନାକ୍

ଭୁବନେଶ୍ଵର: କିସ୍ ବିଶ୍ଵବିଦ୍ୟାଳୟକୁ ‘ଏ’ ଗ୍ରେଡ ମାନ୍ୟତା ଦେଲା ନ୍ୟାସନାଲ୍‍ ଆସେସ୍‍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‍ କାଉନ୍‍ସିଲ୍‍ (ନାକ୍) । କିଟ୍ ତରଫରୁ ଜାରି ହୋଇଥିବା ପ୍ରେସ ବିବୃତି ଅନୁସାରେ, ଦେଶର କୌଣସି ମହାବିଦ୍ୟାଳୟ ଅଥବା ବିଶ୍ୱବିଦ୍ୟାଳୟ ପ୍ରଥମ ଥରରେ ନାକ୍‍ର ‘ଏ’ ଗ୍ରେଡ୍‌ ମାନ୍ୟତା ପାଇବାରେ କିସ୍‍ ବିଶ୍ୱବିଦ୍ୟାଳୟ ହେଉଛି ପ୍ରଥମ ଶିକ୍ଷାନୁଷ୍ଠାନ । ୨୦୧୭ରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କିସ୍‍କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଥିଲା।

କିସ ବିଶ୍ଵବିଦ୍ୟାଳୟକୁ ପ୍ରଥମ ପ୍ରୟାସରେ ନାକ୍ ର ଏ ଗ୍ରାଡ ମାନ୍ୟତା ମିଳିଥିବାରୁ ଶିକ୍ଷାବିତ୍ ମାନେ ଖୁସି ବ୍ୟକ୍ତ କରିଛନ୍ତି । କିସ୍ ବିଶ୍ଵ ବିଦ୍ୟାଳୟ ଠିକ୍ ସମୟରେ ନାକ୍ ମାନ୍ୟତା ପାଇଁ ଆବେଦନ କରି ପ୍ରଥମ ପ୍ରୟାସରେ ‘ଏ’ ଗ୍ରେଡ ମାନ୍ୟତା ପାଇବା ହେଉଛି ଏକ ବଡ ସଫଳତା । ଏହା କିସ୍‍ ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବା ସୂଚୀତ କରୁଛି ବୋଲି ଶିକ୍ଷାବିତ୍‍ମାନେ କହିଛନ୍ତି । କିସ୍‍ର ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ଏଥିପାଇଁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟପକ୍ଷରେ କିସ୍ ର ଏହି ସଫଳତା ପାଇଁ କିସ୍ ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଜନଜାତିଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିରନ୍ତର ଓ ନିଷ୍ଠାପର ପ୍ରୟାସ ଯୋଗୁଁ କିସ୍‍କୁ ଆଜି ଏହି ସଫଳତା ମିଳିପାରିଛି ବୋଲି ସେମାନେ କହିଛନ୍ତି। କିସ୍‍ ବିଶ୍ୱବିଦ୍ୟାଳୟ ହେଉଛି ବିଶ୍ୱର ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟ। କିସ୍‍ ହେଉଛି ଏକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଯାହା ସମ୍ପୂର୍ଣ୍ଣ ଆବାସିକ ଓ ନିଃଶୁଳ୍କ। କିସ୍ ବିଶ୍ଵବିଦ୍ୟାଳୟ ଏକ ଭିନ୍ନ ବିଦ୍ୟାଳୟ । ତା’ର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଶ୍ରୀ ସାମନ୍ତଙ୍କ ବଳିଷ୍ଠ ନେତୃତ୍ଵରେ ଏହି ବିଶ୍ଵବିଦ୍ୟାଳୟ ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି କହିଛନ୍ତି ଅଧ୍ୟାପକ ।

 

Leave A Reply

Your email address will not be published.