Latest Odisha News

BREAKING NEWS

ବିଭିନ୍ନ ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଲେ ନେସ୍କୋ କର୍ମଚାରୀ

ଯାଜପୁର: ବିଦ୍ୟୁତ୍ ସରବରାହ ସଂସ୍ଥା ନେସ୍କୋ ଯାଜପୁର ରୋଡ ଡିଭିଜନ୍ ଅଧିନରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଭିନ୍ନ ସମସ୍ୟା ନେଇ ୭ ଦଫା ଦାବିରେ ଗତ ୨୧ ତାରିଖରୁ ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଗଣ ଧାରଣାରେ ବସିଥିବା ଜଣାପଡିଛ ।

ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ଏହି ଗଣ ଧାରଣା ଦିଆଯାଇଛି । ଯାଜପୁର ରୋଡ ନିର୍ବାହୀ ଯନ୍ତ୍ରୀଙ୍କ ବେନିୟମ ଓ ମନମୁଖୀ କାର୍ଯ୍ୟ, କର୍ମଚାରୀ ମାନଙ୍କ ବିଦ୍ୟୁତ ବିଲ୍ ସଂଶୋଧନ ନ କରିବା, କର୍ମଚାରୀ ମାନଙ୍କ ବକେୟା ଦରମା ନଦେବା, କର୍ମଚାରୀ ମାନଙ୍କୁ ଅସୁରକ୍ଷୀତ ଅବସ୍ଥାରେ କାର୍ଯ୍ୟ କରିବାକୁ ବାଧ୍ୟ କରିବା, ଷ୍ଟ୍ରକଚର୍ ଥିବା ସ୍ଥାନ ମାନଙ୍କରେ ପାନୀୟଜଳ ଓ ଶୌଚାଳୟର ବନ୍ଦୋବସ୍ତ ନ କରିବା, ବିପଦପୂର୍ଣ୍ଣ ଷ୍ଟ୍ରକଚର୍ ଭିତରେ ପେମେଂଟ କଲେକସନ୍ କାର୍ଯ୍ୟାଳୟ ଚଳାଇବା ଓ ଠିକା କର୍ମଚାରୀ ମାନଙ୍କୁ ଧାର୍ଯ୍ୟ ସମୟରେ ମଜୁରୀ ପ୍ରଦାନ ନ କରିବା ଆଦି ବିଭିନ୍ନ ସମସ୍ୟାକୁ ବିରୋଧ କରି ଏହି ଗଣଧାରଣା ଦିଆଯାଇଛି ।

ଯଥାଶିଘ୍ର ଏହି ସମସ୍ୟା ଗୁଡିକୁ ସମାଧାନ କରିବାକୁ ସଂଘ ଦାବି କରିଛି । ଯଦି ତୁରନ୍ତ ଏହାର ସମାଧାନ ନ ହୁଏ ତେବେ କାଳୀପୂଜା ପରେ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ଗତ ୨୧ ତାରିଖରୁ କର୍ମଚାରୀମାନେ ଗଣ ଧାରଣାରେ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନେସ୍କୋ ପକ୍ଷରୁ ସେମାନଙ୍କ ସହ କୌଣସି ପ୍ରକାର ଆଲୋଚନା କରାଯାଇନଥିବା ସୂଚନା ମିଳିଛି । ଯାହାକୁ ନେଇ କର୍ମଚାରୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.