Latest Odisha News

BREAKING NEWS

ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ବୋବଡେ

ନୂଆଦିଲ୍ଲୀ: ଦେଶର ନୂତନ ପ୍ରଧାନ ବିଚାରପତି ଭାବେ ଖୁବଶୀଘ୍ର ଶପଥ ଗ୍ରହଣ କରିବେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିଙ୍କୁ ମଙ୍ଗଳ ବାର ଦିନ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଆସନ୍ତା ନଭେମ୍ବର ୧୮ ତାରିଖରେ ସେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି ।

ଗତ ୧୯ ତାରିଖରେ ଜଷ୍ଟିସ୍ ବୋବଡେଙ୍କ ନାମକୁ ସୁପାରିଶ କରିଥିଲେ ବର୍ତ୍ତମାନର ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ । ଜଷ୍ଟିସ୍ ଗୋଗୋଇ ନଭେମ୍ବର ୧୭ ତାରିଖରେ ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଜଷ୍ଟିସ୍ ବୋବଡେ ମଧ୍ୟପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରହିଥିଲେ । ଗତ ୨୦୧୮ ମସିହା ଅକ୍ଟୋବର ୩ ତାରିଖରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।

Leave A Reply

Your email address will not be published.