ଓ୍ୱାଶିଂଟନ୍: ଚାରି ଦିନ ପରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ପାଇଲା ନୂଆ ରାଷ୍ଟ୍ରପତି । ବାଜି ମାରିଲେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍ । ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ବିଜୟୀ ହୋଇଛନ୍ତି ୭୭ ବର୍ଷୀୟ ବାଇଡେନ୍ । ମ୍ୟାଜିକ ନମ୍ବର ୨୭୦ ଥିବା ବେଳେ ବାଇଡେନଙ୍କୁ ୨୭୬ ଇଲେକ୍ଟୋରାଲ୍ ଭୋଟ ମିଳିଥିବା ବେଳେ ଟ୍ରମ୍ପଙ୍କୁ ମିଳିଛି ୨୧୪ ଇଲେକ୍ଟୋରାଲ୍ ଭୋଟ୍ ।
ଆମେରିକାର ୪୬ତମ ରାଷ୍ଟ୍ରପତି ଜୋ ବିଡେନ୍
ଜୋ ବାଇଡେନ୍ ହେବେ ଆମେରିକାର ୪୬ତମ ରାଷ୍ଟ୍ରପତି । ଆମେରିକା ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବରେ ହ୍ୱାଇଟ୍ ହାଉସ୍ ଯିବେ । ଫଳାଫଳ ଆସିବା ପରେ ଆମେରିକାବାସୀ ଶାନ୍ତ ରହିବାକୁ ଅପିଲ କରିଛନ୍ତି ବାଇଡେନ୍ । ଗତ ଚାରି ଦିନ ଧରି ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ସସପେନ୍ସ ଲାଗି ରହିଥିଲା ।
କମଳା ହାରିସ ଉପରାଷ୍ଟ୍ରପତି
ଅନ୍ୟପଟେ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଆମେରିକାର ଉପରାଷ୍ଟ୍ରପତି ହେବେ । ୫୬ ବର୍ଷ ବୟସ୍କା ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଳା ହାରିସ । ୨୦୦୪ରୁ ୨୦୧୧ ଯାଏ ସେ ସାନଫ୍ରାନସିସକୋର ଡିଷ୍ଟ୍ରିକୁ ଆଟର୍ଣ୍ଣିଂ ଜେନେରାଲ୍ ଥିଲେ । ୨୦୧୧ରୁ ୨୦୧୭ ଯାଏ କାଲିଫର୍ଣ୍ଣିଆ ରାଜ୍ୟରେ ଆଟର୍ଣ୍ଣିଂ ଜେନେରାଲ୍ ଥିଲେ । ୨୦୧୭ରୁ ଜୁନିୟର ୟୁଏସ୍ ସିନେଟର ଥିଲେ କମଳା ହାରିସ୍ ।
BREAKING NEWS
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
Comments are closed.