Latest Odisha News

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ମତଦାନ

ନୂଆପଡା: ନୂଆପଡା ଜିଲ୍ଲାର ଖଡ଼ିଆଳବ୍ଲକରେ  ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ହୋଇଛି ।। ଆଜି ଜିଲ୍ଲାର ୧୨,୧୩ ଓ ୧୪ ନଂ ଜିଲ୍ଲା ପରିଷଦ ସହ ୨୭ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ପଦ ସହ ୱାର୍ଡ ସଭ୍ୟ ପଦ ପାଇଁ ୩୨୧ ବୁଥରେ  ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

BjdElectrycity

ସିନାପାଲି ବ୍ଲକ ର ୬୩ ଗୋଟି ସମ୍ବେଦନଶୀଳ ବୁଥ ଓ ୧୧ ଗୋଟି ଅତି ସମ୍ବେଦନଶୀଳ ବୁଥ ପାଇଁ ବିଶେଷ ଧ୍ୟାନ ଦେଇ ସୁରକ୍ଷା କୁ କଡା କୁଡି କରାଯାଇଛି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ପିପିଲି ଓ ଡେଲାଙ୍ଗ ବ୍ଲକ ଆଜି ମତଦାନ ଅନୁଷ୍ଠିତ ହେଉଛି । ଡେଲାଙ୍ଗ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୯୧ଟି ୱାର୍ଡମେମ୍ବର , ୩ଟି ଜିଲ୍ଲା ପରିଷଦ ଜୋନ ଏବଂ ପିପିଲି ବ୍ଲକର ୨୫ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଜୋନ ନିମନ୍ତେ ମତଦାନ ହୋଇଛି । ଉକ୍ତ ଦୁଇଟି ବ୍ଲକର ୪୬ଟି ଗ୍ରାମ ପଞ୍ଚାୟତର ୬୪୫ଟି ୱାର୍ଡମେମ୍ବର ଓ ୬ଟି ଜିଲ୍ଲା ପରିଷଦ ଜୋନରେ ମତଦାନ ହୋଇଛି । ।

ଉଭୟ ବ୍ଲକରେ ୧୪୪ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ଏତଦବ୍ୟତୀତ ଡେଲାଙ୍ଗ ବ୍ଲକର ଗଡମୋଟରି ପଞ୍ଚାୟତର ୧୨ନଂ ୱାର୍ଡ, ପିପିଲିର ଦାଣ୍ତମୁକୁନ୍ଦପୁର ପଞ୍ଚାୟତର ୬,୮ ଓ ୧୧ନଂ ୱାର୍ଡକୁ ପିଙ୍କ ବୁଥ ଭାବେ ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ମତଦାନ ପରିଚାଳନା ନିମନ୍ତେ ସମସ୍ତ ପୋଲିଂ କର୍ମଚାରୀ ମହିଳା ହିଁ ରହିଛନ୍ତି ।

Comments are closed, but trackbacks and pingbacks are open.