Latest Odisha News

BREAKING NEWS

ବିଜେପି ପ୍ରାର୍ଥୀ ରାହୁଲ ନାର୍ଭେକର ମହାରାଷ୍ଟ୍ର ବାଚସ୍ପତି ନିର୍ବାଚିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ ନାର୍ଭେକର । MVA ପ୍ରାର୍ଥୀ ରାଜନ ସାଲଭିଙ୍କୁ ପରାସ୍ତ କରି ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ । ବାଚସ୍ପତି ଥିବା ନାନା ପାଟୋଲ କଂଗ୍ରେସର ରାଜ୍ୟ ସଭାପତି ହେବା ପରଠାରୁ ବାଚସ୍ପତି ପଦବି ଖାଲିଥିଲା । ଉପବାଚସ୍ପତି ନରହରି ଜିରଓ୍ବାଲ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ ।

ବାଚସ୍ପତି ପଦ ପାଇଁ ଶିବସେନା ବିଧାୟକ ରାଜନ ସାଲଭି ନାମାଙ୍କନ ଭରିଥିବାବେଳେ ବିଜେପି ପକ୍ଷରୁ ନାମାଙ୍କନ ଭରିଥିଲେ ରାହୁଲ ନାର୍ଭେକର । ନିଜ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ଦଳୀୟ ବିଧାୟକଙ୍କ ଉଦ୍ଦେଶ୍ୟରେ ହୁଇପ ଜାରି କରିଥିଲେ ଶିବସେନା ନେତା ଉଦ୍ଧବ ଠାକରେ ।

ସେପଟେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବିଦ୍ରୋହୀ ବିଧାୟକ ଓ ଏପରିକି ଆଦିତ୍ୟ ଠାକରେଙ୍କୁ ହୁଇପ ଜାରି କରିଥିଲେ ଏକନାଥ । ଆଇନ ବିଶାରଦଙ୍କ ମତରେ ୧୬ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ଲାଗି ଯେଉଁ ପ୍ରକ୍ରିୟା ଜାରି ରହିଛି ତାହାକୁ ରଦ୍ଦ କରିପାରନ୍ତି ନୂଆ ବାଚସ୍ପତି ।

ଗତ ମାସରେ ଏହି ଅଯୋଗ୍ୟ ନୋଟିସ ଜାରି କରିଥିଲେ ଉପବାଚସ୍ପତି । ଆସନ୍ତାକାଲି ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ ହୋଇଥିବାବେଳେ ବିଜୟ ଲାଗି ଆଶା ବାନ୍ଧିଛନ୍ତି ଏକନାଥ ସିନ୍ଦେ ।

Leave A Reply

Your email address will not be published.