ନୂଆଦିଲ୍ଲୀ: ବିନା ସୁଟିଂରେ ସେଟରୁ ପଳାଇଲେ ଅକ୍ଷୟ କୁମାର।ରିଆଲିଟି ସୋ ‘ବିଗ୍ ବସ୍ ୧୮’ ସେଟରେ ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ସ୍କାଏ ଫୋର୍ସ’ର ପ୍ରମୋସନ ସୁଟିଂ କରିଥାନ୍ତେ। କିନ୍ତୁ ସେ ସୁଟିଂ ନକରି ସେଟ୍ ରୁ ଫେରି ଯାଇଥିଲେ ତେବେ ଏହା ପଛରେ କାରଣ ସଲମାନ ଖାନ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ଅକ୍ଷୟ କୁମାର ନିର୍ଦ୍ଧାରିତ ସମୟରେ ସେଟରେ ପହଞ୍ଚି ଯାଇଥିଲେ କିନ୍ତୁ ସଲମାନ ଖାନଙ୍କ ଆସିବାରେ ବିଳମ୍ବ ହୋଇଥିଲା। ଅକ୍ଷୟ କୁମାର ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ସେଠାରୁ ଚାଲିଯାଇଥିଲେ। ତେବେ ଏହା ପରେ ତାଙ୍କୁ ପୁନଃ ଆସିବା ପାଇଁ ଫୋନ ଯୋଗେ ଅନୁରୋଧ କରାଯାଇଥିଲେ ମଧ୍ଯ ସେ ମନା କରିଦେଇଥିଲେ।
ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଆମିର ଖାନ ‘ବିଗ୍ ବସ୍ ୧୮’ର ଗ୍ରାଣ୍ଡ ଫିନାଲେରେ ଯୋଗ ଦେବାପାଇଁ ପ୍ରସ୍ତୁତ ଥିଲେ। ଏଠାରେ ଅକ୍ଷୟ ତାଙ୍କ ଆଗାମୀ ଫିଲ୍ମ ‘ସ୍କାଏ ଫୋର୍ସ’ର ପ୍ରମୋସନ ପାଇଁ ହୋଷ୍ଟ ସଲମାନ ଖାନଙ୍କ ସହ ମଞ୍ଚ ଉପରେ ଏକାଠି ହୋଇଥାନ୍ତେ।
ଅକ୍ଷୟ କୁମାରଙ୍କ ସହିତ ଅଭିନେତା ବୀର ପାହାଡ଼ିଆ ମଧ୍ୟ ଆସିବାର ଥିଲା। ରିପୋର୍ଟ ଅନୁଯାୟୀ, ଅକ୍ଷୟ କୁମାରଙ୍କୁ ‘ଜଲି ଏଲଏଲବି ୩’ର ଟ୍ରାଏଲ ସ୍କ୍ରିନିଂ ପାଇଁ ଅନ୍ୟତ୍ର ଯିବାର ଥିଲା। ଫଳରେ ସେ ବିଗ ବସ୍ ସେଟରୁ ଚାଲିଯାଇଥିଲେ।
Comments are closed.