Latest Odisha News

୨୬ ବଲ ଖେଳି ୱେଷ୍ଟଇଣ୍ଡିଜକୁ ହରାଇଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: କୁଆଲଲୁମ୍ପୁରରେ ଚାଲିଥିବା ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଭାରତ ତାର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ଟିମ ୧୩.୨ ଓଭରରେ ୪୪ ରନ କରି ଅଲଆଉଟ ହୋଇ ଯାଇଥିଲା । ପାରୁଣିକା ସିସୋଦିଆ ୩ଟି ଏବଂ ଭିଜେ ଜୋଶିଥା ଓ ଆୟୂଷୀ ଶୁକ୍ଲା ୨ଟି ଲେଖାଏଁ ୱିକେଟ ନେଇଥିଲେ । ୱେଷ୍ଟଇଣ୍ଡିଜର ୫ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ । ଜବାବରେ ଟିମ ଇଣ୍ଡିଆ ୪.୨ ଓଭରରେ ଗୋଟିଏ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଜି କମାଲିନୀ ୧୩ ବଲରେ ୧୬ ଓ ସାନିକା ଚାଲକେ ୧୧ ବଲରେ ୧୮ ରନ କରି ଅପରାଜିତ ରହିଥିଲେ ।

ବିଜୟ ସହ ଭାରତ ଗ୍ରୁପ ଏ ପଂଏଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି । ଟିମ ଇଣ୍ଡିଆର ଆଭରେଜ ଶ୍ରୀଲଙ୍କା ବିପକ୍ଷରେ ଭଲ ରହିଛି । ୨୧ ଜାନୁୟାରୀରେ ଭାରତ ତାର ପରବର୍ତୀ ମ୍ୟାଚରେ ମାଲେସିଆକୁ ଏବଂ ୨୩ରେ ଶ୍ରୀଲଙ୍କାକୁ ଭେଟିବ । ଟୁର୍ଣ୍ଣାମେଂଟରେ ୧୬ଟି ଟିମ ଅଂଶଗ୍ରହଣ କରିଛନ୍ତି । ୪ଟି ଗ୍ରୁପରେ ଟିମଗୁଡିକ ବଂଟାଯାଇଛି । ପ୍ରତ୍ୟେକ ଗ୍ରୁପରୁ ୩ଟି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବେ । ସୁପର ୬ରେ ୧୨ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପରୁ ୨ଟି ଟିମ ସେମିଫାଇନାଲରେ ପ୍ରବେଶ କରିବ । ଫେବୃୟାରୀ ୨ରେ ଫାଇନାଲ ମ୍ୟାଚ ଖେଳାଯିବ ।

Comments are closed.