Latest Odisha News

ଅସରପା ଖାଇଲେ ଅବ୍ଦୁ: ସେୟାର କଲେ ଫଟୋ

ମୁମ୍ବାଇ: ବିଗ୍‌ବସ ସିଜିନ୍‌-୧୬ର ପ୍ରତିଯୋଗୀ ସାଜିଥିବା ତାଜିକ୍‌ସ୍ତାନର ଅବ୍ଦୁ ରୋଜିକ୍ ଏହି ଶୋ’ ଜରିଆରେ ଭାରତରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ସଫଳତା ଆଧାରରେ ବଲିଉଡ଼ରେ ତାଙ୍କୁ ଫିଲ୍ମରେ ଅଭିନୟ ଅଫର ମିଳିବା ସହିତ ଏକାଧିକ ବିଜ୍ଞାପନ ଓ ମ୍ୟୁଜିକ୍ ଭିଡ଼ିଓରେ ଅଭିନୟ କରିଛନ୍ତି । ଏବେ ସେ ତାଙ୍କ ତାଙ୍କ ସୋସିଆଲ୍ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି,ଯେଉଁଥିରେ ସେ ଅସରପା ଖାଉଥିବାର ନଜର ଆସିଛନ୍ତି । ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଅବ୍ଦୁ କହିଛନ୍ତି ଯେ, ସେ ଆଗକୁ ଖତରୋଁ କେ ଖିଲାଡ ସିଜିନ୍ ୧୩ରେ ଭାଗନେବାକୁ ଯାଉଛନ୍ତି । ସେଥିଲାଗି ସେ ଏବେଠାରୁ ଅଭ୍ୟାସ କରୁଛନ୍ତି । ଆଉ ଏ ଫଟୋ ସେୟାର କରି କ୍ୟାପସନରେ ମଧ୍ୟ ଲେଖିଛନ୍ତି ଯେ, ମୋର ପରବର୍ତ୍ତୀ ରିଅଲିଟି ଶୋ’ ପାଇଁ ଅଭ୍ୟାସ ।

Leave A Reply

Your email address will not be published.