Latest Odisha News

BREAKING NEWS

ଆଇପିଏଲ ସରିଲା, ଏବେ ଟିମ ଇଣ୍ଡିଆର ଆଗକୁ ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆଇପିଏଲର ସମାପ୍ତି ପରେ ଏବେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ୭ ଜୁନରୁ ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳାଯିବ । ଏହା ପରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ସେଠାରେ ୨ଟି ଟେଷ୍ଟ, ୩ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ୧୨ ଜୁଲାଇରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଏହି ସିରିଜ ଆୟୋଜିତ ହେବ । ଏହି ଟୁରର ସମାପ୍ତ ପରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ୩ଟି ଟି୨୦ ମ୍ୟାଚ ଖେଳିବ । ସେହିପରି ସେପ୍ଟମ୍ବରରୁ ଦିନିକିଆ ଏସିଆ କପ ଖେଳାଯିବ ।

ଏଥିରେ ଭାରତ ସମେତ ୬ଟି ଟିମ ଅଂଶଗ୍ରହଣ କରିବେ । ଏସିଆ କପ ସମାପ୍ତ ପରେ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ । ଏହା ଉଭୟ ଟିମ ମଧ୍ୟରେ ବିଶ୍ୱକପ ପ୍ରସ୍ତୁତି ସିରିଜ ଭାବେ ବିବେଚନା କରାଯାଉଛି । ଅଷ୍ଟ୍ରେଲିଆ ତୁଳନାରେ ଭାରତର ଏହା ଗୁରୁତ୍ୱପୂର୍ଣ୍ଣ ସିରିଜ ବୋଲି ବିବେଚନା କରାଯାଉଛି । ଏହା ପରେ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବ ।

Leave A Reply

Your email address will not be published.