Latest Odisha News

BREAKING NEWS

ପୁଣି ବିବାଦରେ ଏଲଭିଶ ଯାଦବ, ୟୁଟ୍ୟୁବର୍ ସାଗର ଠାକୁରଙ୍କୁ଼ ପିଟିବା ମାମଲାରେ ପୋଲିସ କରୁଛି ପଚରାଉଚରା

ମୁମ୍ୱାଇ: ପୁଣି ଚର୍ଚ୍ଚାକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍ ଏବଂ ବିଗ୍ ବସ୍ ଓଟିଟି ଟାଇଟଲ୍ ବିଜେତା, ଏଲଭିଶ୍ ଯାଦବ। ସୋସିଆଲ ମିଡିଆ ମାଧ୍ୟମରେ ଏଲଭିଶ ତାଙ୍କ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଛନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ତାଙ୍କ ଗ୍ୟାଙ୍ଗ ସହିତ ୟୁଟ୍ୟୁବର୍ ସାଗର ଠାକୁରଙ୍କୁ ପିଟୁଥିବାର ନଜର ଆସିଛନ୍ତି। ଭିଡିଓ ଭାଇରାଲ ହେବା ପରେ ସେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି। କିନ୍ତୁ ଏଲଭିଶଙ୍କ ବ୍ୟାଖ୍ୟାରେ ପୋଲିସ ସନ୍ତୁଷ୍ଟ ନୁହେଁ। ସେଥିପାଇଁ ପୋଲିସ ପୁଣି ଥରେ ପଚରାଉଚରା ପାଇଁ ଏଲଭିଶଙ୍କୁ ଡକାଇଛି।

ବର୍ତ୍ତମାନ ପୋଲିସ ପୁନର୍ବାର ଏଲଭିଶ ଯାଦବଙ୍କ ବିରୋଧରେ କଠୋରତା ପ୍ରଦର୍ଶନ କରିଛି ଏବଂ ଗୁରୁଗ୍ରାମ ପୋଲିସ ତାଙ୍କୁ ଧାରା 41A ଅନୁଯାୟୀ ନୋଟିସ ପଠାଇଛି। ଏହି ପ୍ରସଙ୍ଗରେ ତାଙ୍କୁ ପଚରାଉଚରା ପାଇଁ କୁହାଯାଇଛି। ମାର୍ଚ୍ଚ 12 ରେ ସେକ୍ଟର 53 ପୋଲିସ ଷ୍ଟେସନରେ ପଚରାଉଚୁରାରେ ଯୋଗଦେବାକୁ ୟୁଟ୍ୟୁବରକୁ ଡକାଯାଇଛି। ବିଗ୍ ବସ୍ ଜିତିବା ପୂର୍ବରୁ ମଧ୍ୟ ୟୁଟ୍ୟୁବର ଏଲଭିଶ ଯାଦବ ଜଣେ ଜଣାଶୁଣା ଚେହେରା ଥିଲେ। ପରେ ବିଗ୍ ବସ୍ ଜିତିବା ପରେ ତାଙ୍କର ଲୋକପ୍ରିୟତା ଆକାଶ ଛୁଇଁଲା। କିନ୍ତୁ ବିଗ୍ ବସ୍ ଜିତିବା ପରେ ଏଲଭିଶ ଯାଦବଙ୍କ ସମସ୍ୟା ମଧ୍ୟ ବଢିବାରେ ଲାଗିଛି।

ପ୍ରଥମେ ସେ ଏକ ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ପାଇଁ ବିବାଗରେ ଥିଲେ। ଏହା ପରେ ତାଙ୍କର ଅନେକ ଭିଡିଓ ଏକ ବର୍ଷ ମଧ୍ୟରେ ଭାଇରାଲ୍ ହୋଇଛି, ଯେଉଁଥିରେ ତାଙ୍କୁ ଅସଦାଚରଣ କରୁଥିବା ଦେଖିବାକୁ ମିଳିଛି। ଏବେ ତାଙ୍କ ବିରୋଧରେ ଏହି ନୂଆ ମାମଲା ସାମ୍ନାକୁ ଆସିଛି।

ନିକଟରେ ସେଲିବ୍ରିଟି କ୍ରିକେଟ୍ ଲିଗରେ କ୍ରିକେଟ୍ ଖେଳୁଥିବା ନଜର ଆସିଥିଲେ ଏଲଭିଶ ଯାଦବ ଏବଂ ମୁନାୱାର ଫାରୁକି। ଏହା ପୂର୍ବରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା କିନ୍ତୁ ଏହି କ୍ରିକେଟ୍ ମ୍ୟାଚ୍ ପରେ ସେମାନଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ସାଗର ଠାକୁର ଏହି ଫଟୋରେ ନିଜର ପ୍ରତିକ୍ରିୟା ଦେଇଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଏଲଭିଶ ଏବଂ ସାଗରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହି ଝଗଡ଼ା ବଢିବାକୁ ଲାଗିଲା। ପରେ ଦୁହେଁ ଏକାଠି ସମାଧାନ ପାଇଁ ଯୋଜନା କରିଥିଲେ। ଦୁହେଁ ଗୁରୁଗ୍ରାମର ଏକ ମଲରେ ସାକ୍ଷାତ କରିବାକୁ ନିଷ୍ପତ୍ତି ନେଇଥିଲେ। ସାଗର ସେଠାରେ ଏକାକୀ ଥିବାବେଳେ ଏହି ସମୟରେ ଏଲଭିଶ ତାଙ୍କ ଗ୍ୟାଙ୍ଗ ସହିତ ମଲରେ ପହଞ୍ଚି ସାଗରଙ୍କୁ ପିଟିଥିଲେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯାହା ପରେ ଏଲଭିଶ ପୁଣି ବିବାଦରେ ପଡିଥିବା ନଜର ଆସିଛନ୍ତି।

Leave A Reply

Your email address will not be published.