ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବଡ ବିସ୍ଫୋରଣରୁ ଅଳ୍ପକରେ ବର୍ତ୍ତିଲେ ସୁରକ୍ଷାକର୍ମୀ । ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ବିୟର ବୋତଲ ବୋମାକୁ ଠାବ କରିଥିଲେ । ଏହାପରେ ଯବାନ ମାନେ ବୋମା ନିଷ୍କ୍ରିୟକାରୀ ଦଳକୁ ଡାକି ଏହାକୁ ନିଷ୍କ୍ରିୟ କରିଥିଲେ ।
ନକ୍ସଲ ଏବେ ବୋତଲ ଦ୍ୱାରା ବୋମା ତିଆରି କରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଗଲେ ବୋଲି କୁହାଯାଉଛି । ଉକ୍ତ ଅଞ୍ଚଳରେ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।
Comments are closed.