Latest Odisha News

BREAKING NEWS

ବିବାଦରୁ ମୁକୁଳି ନାହାନ୍ତି ବିଧାୟକ ବିଜୟ ଶଙ୍କର , ବିବାହ ପାଇଁ କୋର୍ଟରେ କଲେ ଆବେଦନ

ଭୁବନେଶ୍ୱର: ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିବା ବେଳେ ବିବାହ ପାଇଁ କୋର୍ଟରେ ଆବେଦନ କଲେ ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ । କଟକ ସବରେଜିଷ୍ଟ୍ରାର ଅଫିସରେ ଏନେଇ ସେ ଆବେଦନ କରିଛନ୍ତି ।

ଆବେଦନରେ ଯେଉଁ ଯୁବତୀଙ୍କ ସହ ତାଙ୍କ ନୂଆ ପ୍ରେମ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ସେ ହେଉଛନ୍ତି ପ୍ରତ୍ୟୁଷା ନନ୍ଦ । ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ଏହି ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ତେବେ ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟ ଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ କ୍ଲିନଚିଟ୍ ପାଇ ନାହାନ୍ତି । ହେଲେ ବିଜୟ ଶଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଆବେଦନ କରିଛନ୍ତି । ବିଜୟ ଶଙ୍କରଙ୍କ ପାଇଁ ଆଗକୁ ଅଡ଼ୁଆ ସୃଷ୍ଟି ହେବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.