Latest Odisha News

BREAKING NEWS

ବିଜୁ ଏକ୍ସପ୍ରେସ ପାଲଟିଛି ଦାଦନ ଏକ୍ସପ୍ରେସ, ବସରେ ଚାଲିଛି ଶହ ଶହ ବେଆଇନ ଦାଦନ ଚାଲାଣ

ନୂଆପଡା: ମରୁଡି ପ୍ରପିଡ଼ିତ, ଶିଳ୍ପ ବିହୀନ ନୂଆପଡା ଜିଲ୍ଳା ପାଇଁ ସରକାର ଙ୍କ ଯୋଜନା ଉପରେ ଯୋଜନା, ହେଲେ ଏହାର ସଫଳ ରୂପାୟନ ର ଅଭାଵ ଯୋଗୁଁ ପେଟପାଟଣା ପାଇଁ ଦାଦନ ଏକ ବିକଳ୍ପ ହୋଇ ଯାଇଛି । ଏହାର ଫାଇଦା ନେଇ ଦାଦନ ସର୍ଦ୍ଧାର ଓ ଦାଦନ ଦଲାଲ ଏଠି ରାଜୁତି କରି ବେଆଇନ ଭାବେ ଦିନ ଦ୍ବୀପହରେ ମାନବ ଚାଲାଣ କରି ଚାଲିଛନ୍ତି । ସବୁ ଜାଣି ଶୁଣି ଜିଲ୍ଲା ଶ୍ରମ ବିଭାଗ ସହ ଜିଲ୍ଲା ପୋଲିସ ଏଠି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡିଥିବାରୁ ଜିଲ୍ଲାର ବିଜୁ ଏକ୍ସପ୍ରେସ ୱେ ସାଜିଛି ଦାଦନ କରିଡ଼ର ।

ନୂଆପଡା ଜିଲ୍ଲା ରାଜ୍ୟ ର ଏକ ପଛୁଆ ଜିଲ୍ଲା ଭାବେ ବେଶ ଜଣାଶୁଣା । ଏଠିକାର ଲୋକେ ବିଶେଷ କରି ଶ୍ରମିକ ଶ୍ରେଣୀୟ ହୋଇଥିବା ବେଳେ କାମଧନ୍ଦା କରି ଜୀବିକା ନର୍ବାହ କରିଥାନ୍ତି । ସରକାରୀ ଯୋଜନା ଏଠି କାଗଜ କଲମ ରେ ସୀମିତ ମାତ୍ର । ତେଣୁ କରି ପ୍ରତେକ ବର୍ଷ ଲକ୍ଷଲକ୍ଷ ଲୋକ ଦାଦନ ମୁହାଁ ହୋଇଥାନ୍ତି । ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ରାଜ୍ୟ ସରକାରଙ୍କ ବିଜୁ ଏକ୍ସପ୍ରେସ ଅର୍ଥନୈତିକ କରିଡର ପାଲଟିଛି ଗରିବୀ ଯନ୍ତ୍ରଣାର ଦାଦନ ଏକ୍ସପ୍ରେସ l ଲୋକଙ୍କୁ କାମ ଯୋଗାଇବାର ବାହାବା ର ମିଛ ପ୍ରଚାର ର ଚିତ୍ର ନୂଆପଡା, ସିନାପାଲି, ବୋଡେ଼ନ, ଖଡ଼ିଆଳ ରୁ ଜଳ ଜଳ ହୋଇ ଦିଶୁଛି l ଦାଦନ ସର୍ଦ୍ଦାର ଏବଂ ପ୍ରଶାସନର ସଲାସୁତୁରା ଯୋଗୁଁ ପ୍ରତିଦିନ ହେଉଛି ଶହ ଶହ ବେଆଇନ ଦାଦନ ଚାଲାଣ l

ଏ ହେଉଛି ପଡୋଶୀ ଛତିଶଗଡ ରାଜ୍ୟ କୁ ଲାଗି ରହିଥିବା ନୂଆପଡା ଜିଲ୍ଲା ର ବୋଡେ଼ନ ସିନାପାଲି ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ।  ଶିଳ୍ପ ବିହୀନ ଏହି ଅଞ୍ଚଳ ଅନେକ ସମସ୍ୟା ଦେଇ ଗତି କରୁଛି l ଏହି ଅଞ୍ଚଳ ର ଲୋକଙ୍କୁ ଗାଁ ରେ ରାଜ୍ୟ ସରକାର କାମ ଯୋଗାଇ ପାରୁ ନ ଥିବା ବେଳେ, ଅନ୍ୟ କୌଣସି କାମ ଧନ୍ଦା ମିଳୁନି l ତେଣୁ ଏହାର ସୁଯୋଗ ନେଇ ଏବେ ଅଞ୍ଚଳକୁ ନିଜ ଅକ୍ତିଆରେରେ ରଖିଛନ୍ତି ଦାଦନ ସର୍ଦ୍ଦାର ମାନେ l ଲୋକ ଙ୍କୁ ଟଙ୍କାର ପ୍ରଲୋଭିତ କରି ଦିନ ଦ୍ବୀପହରେ ବିଭିନ୍ନ ଯାନବାହାନ ରେ ଚାଲାଣ କରୁଛନ୍ତି । ଏହି ମାନବ ଚାଲାଣ ବେନିୟମ ହୋଇଥିଲେ ହେଁ ଏହା କୁ ରୋକିବା ପାଇଁ ପ୍ରଶାସନର ନିଘା ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏହି ଖବର ପ୍ରଶାସନ ପାଖରେ ଥିବା ସତ୍ୱେ ଜାଣି ଶୁଣି ଅଜଣା ହେଉଥିବା ଅଞ୍ଚଳ ରେ ଚର୍ଚ୍ଚା ହେଉଛି l ତେଣୁ ଏବେ ବିଜୁ ଏକ୍ସପ୍ରେସ ରାସ୍ତା ଦାଦନ ଏକ୍ସପ୍ରେସ ପାଲଟିଥିବା ଲୋକେ କହୁଛନ୍ତି l ଏ ନେଇ ଖଡ଼ିଆଳ ଏସଡିପିଓ ଅରୂପ ଅଭିଷେକ ବେହେରା ଙ୍କୁ ପଚାରିବାରୁ ତଦନ୍ତ କରାଯିବା ସହ ଚଢ଼ାଉ କରାଯିବ ବୋଲି  ହାଲୁକା ର ସହ କହୁଥିବା ବେଳେ ସ୍ଥାନୀୟ ବିଜେପି ଓ କଂଗ୍ରେସ ନେତା ଉଦବେଗ ପ୍ରକାଶ କରି ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାର ଙ୍କୁ ଭର୍ତ୍ସନା କରିଛନ୍ତି ।

Leave A Reply

Your email address will not be published.