Latest Odisha News

BREAKING NEWS

ଫିଲ୍ମ ‘ଅନ୍ନପୂର୍ଣ୍ଣାନୀ’ ସହ ଜଡିତ ବିବାଦକୁ ନେଇ କ୍ଷମା ମାଗିଲେ ନୟନତାରା, ଜୟ ଶ୍ରୀରାମ ଲେଖି ସେୟାର କଲେ ପୋଷ୍ଟ

ନୂଆଦିଲ୍ଲୀ: ଦକ୍ଷୀଣ ଫିଲ୍ମ ‘ଅନ୍ନପୂର୍ଣ୍ଣାନୀ’ କୁ ନେଇ ଗତ କିଛିଦିନ ହେବ ବିବାବ ଉପୁଜିଛି । ଏହି ଫିଲ୍ମଟି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଥିଲା । ଏହା ବ୍ୟତୀତ ଦକ୍ଷୀଣ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ଫିଲ୍ମକୁ ନେଟଫ୍ଲିକ୍ସରୁ ମଧ୍ୟ ହଟାଇ ଦିଆଯାଇଛି । ଫିଲ୍ମ ‘ଜବାନ୍’ ପରେ ନୟନତାରା ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଡିସେମ୍ବର 1 ରେ ପ୍ରେକ୍ଷାଳୟରେ ‘ଅନ୍ନପୂର୍ଣ୍ଣାନୀ’ ମୁକ୍ତିଲାଭ କରିଥିଲା ​​ଏବଂ ପରେ ଡିସେମ୍ବର 29 ରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଆସିଥିଲା, ଯାହା ଦେଖିବା ପରେ ଫିଲ୍ମ କୁ ନେଇ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି ।

ଏହି ସମୟରେ ନୟନତାରା ତାଙ୍କ ଫିଲ୍ମ ‘ଅନ୍ନପୂର୍ଣ୍ଣାନୀ’ ବିବାଦକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସମସ୍ତଙ୍କ ନିକଟରେ କ୍ଷମା ମାଗିଛନ୍ତି । ନୟନତାରା କହିଛନ୍ତି ଯେ ସେ ଏବଂ ତାଙ୍କ ଟିମ୍ କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାକୁ ଚାହୁଁ ନାହାଁନ୍ତି ।

ନୟନତାରା ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଜୟ ଶ୍ରୀରାମ ଲେଖି ଓ ହିନ୍ଦୁ ଧାର୍ମିକ ପ୍ରତିକ ଓଁ ଲେଖି କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ପରେ ସେ ଲେଖିଛନ୍ତି, ‘ମୁଁ ଏହି ଆର୍ଟିକିଲକୁ ଭାରି ହୃଦୟରେ ଏବଂ ସତ୍ୟ ଆଧାରରେ ଲେଖୁଛି । ସେ ଏହା ମଧ୍ୟ କହିଛନ୍ତି ଯେ, ‘ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିବା ଆମର ସଚ୍ଚୋଟ ପ୍ରୟାସରେ ଆମେ ଅଜାଣତରେ ଏକ ଭୁଲ କରିଛୁ । ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ସେନ୍ସର ଚଳଚ୍ଚିତ୍ରକୁ OTT ପ୍ଲାଟଫର୍ମରୁ ହଟାଯିବ ବୋଲି ଆମେ ଆଶା କରିନାହୁଁ । ମୋର ଟିମ୍ ଏବଂ ମୁଁ କଦାପି କାହାର ଭାବନାକୁ ଆଘାତ କରିବାକୁ ଇଚ୍ଛା କରିନଥିଲୁ ଏବଂ ଆମେ ଏହି ସମସ୍ୟାର ଗମ୍ଭୀରତାକୁ ବୁଝିପାରୁଛୁ ।

ନୟନତାରା କହିଛନ୍ତି ଯେ, ଭଗବାନଙ୍କ ଉପରେ ବିଶ୍ୱାସ ଅଛି, ଯାହା ହୋଇଛି ଅଜାଣତରେ ଘଟିଛି । ମୁଁ ନିଜେ ମନ୍ଦିର ପରିଦର୍ଶନ କରିବାକୁ ଯାଉଛି । ଆମ ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣାନୀ’ ବିଷୟରେ କିଛି ସମୟ ପାଇଁ ଯାହା ପରିସ୍ଥିତି ଉପୁଜିଛି ସେ ସମ୍ବନ୍ଧରେ ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଚାହୁଁଛି ।

ଅଭିନେତ୍ରୀ ଆହୁରି ଲେଖିଛନ୍ତି, ‘ଯେକୌଣସି ଚଳଚ୍ଚିତ୍ର ନିର୍ମାଣ କେବଳ ଆର୍ଥିକ ଲାଭ ନୁହେଁ ବରଂ ଏହା ସହିତ ଜଡିତ ବାର୍ତ୍ତା ପହଞ୍ଚାଇବା ବିଷୟରେ । ‘ଅନ୍ନପୂର୍ଣ୍ଣାନୀ’ ସହ ଜଡିତ ଭାବନା ଏବଂ କଠିନ ପରିଶ୍ରମ ସହ ଭଲ ଭାବନା ନେଇ ଏହା ନିର୍ମାଣ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ଜୀବନର ଯାତ୍ରାର ପ୍ରତିଫଳନ ଦେଖାଇବା । ଦୃଢ ଇଚ୍ଛାଶକ୍ତି ସହିତ ବାଧାବିଘ୍ନକୁ ଦୂର କରିବା ।

Leave A Reply

Your email address will not be published.