ନବରଙ୍ଗପୁର: ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନବରଙ୍ଗପୁରଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ (ସିଡିଭିଓ) ଅଧୀନ ରାଇଗଡ଼ର ଲାଇଭ୍ଷ୍ଟକ୍ ନିରୀକ୍ଷକ (ଏଲ୍ଆଇ) ପ୍ରଫୁଲ୍ଲ ହାଲଦାର ।ମୁଖ୍ୟମନ୍ତ୍ରୀ କାମଧନୁ ଯୋଜନାରେ ସବସିଡି ଟଙ୍କା ରିଲିଜ କରିବା ପାଇଁ ନେଉଥିଲେ ଟଙ୍କା । ବର୍ତ୍ତମାନ ଭିଜିଲାନ୍ସ ର ଏକ ଟିମ ତାଙ୍କ ରାଇଘର ସ୍ଥିତ ବାସଗୃହ ସହ ତିନୋଟି ସ୍ଥାନରେ ରେଡ଼ କରୁଥିବାର ମିଳିଛି ସୂଚନା ।
ସୂଚନାମୁତାବକ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ରିହାତି ଟଙ୍କା ପ୍ରଦାନ କରିବାକୁ ହିତାଧିକାରୀଙ୍କ ଦୌଡ଼ାଉଥିଲେ। ଶେଷରେ ମୁହଁ ଖୋଲି ୮୦ହଜାର ଟଙ୍କା ଲାଞ୍ଚ ଦେଲେ ରିହାତି ଅର୍ଥ ରିଲିଜ୍ କରିବେ ବୋଲି କହିଥିଲେ। ଏହି ଅର୍ଥ ନଦେଲେ ସେମାନଙ୍କ ସବ୍ସିଡ ଟଙ୍କା ବନ୍ଦ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ। ଏନେଇ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
ଆଜି ଏହି ଟଙ୍କା ହିତାଧିକାରୀଙ୍କ ଠାରୁ ଗ୍ରହଣ କରିବା ବେଳେ ପୂର୍ବ ଯୋଜନାନୁସାରେ ଛପିଥିବା ଭିଜିଲାନ୍ସ ଟିମ୍ ଏଲ୍ଆଇଙ୍କୁ ମାଡି ବସିଥିଲା । ସୂଚନାମୁତାବକ, ରାଇଗଡ଼ର ବାସଭବନରୁ ୮ଲକ୍ଷ ୨୪ ହଜାର ଟଙ୍କା ନଗଦ ଜବତ ହୋଇଛି ।
Comments are closed.